Advertisment

Mayor In trouble for pro Bangladeshi remark: ବାଂଲାଦେଶୀଙ୍କ ଲାଗି ଓକିଲାତି ପାଇଁ ଅକଳରେ ମେୟର, ସୁଲୋଚନା ଦାସଙ୍କୁ ତୀବ୍ର ବିରୋଧ

ବାଂଲାଦେଶୀଙ୍କ ସପକ୍ଷରେ ଭୁବନେଶ୍ବର ମେୟର। ରାଜ୍ୟରୁ ବାହାର ନକରିବାକୁ ସୁଲୋଚନାଙ୍କ ଓକିଲାତି। ସୁରକ୍ଷା ଦୃଷ୍ଟିରୁ ଗୋଟିଏ ପଟେ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ତଡ଼ିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଅନ୍ୟପଟେ ଖୋଦ୍ ମେୟର ଯୁକ୍ତି ବାଢିଛନ୍ତି ବାଂଲାଦେଶୀଙ୍କ ସମର୍ଥନରେ।

author-image
Saroj Kumar Jena
mayor

mayor

ଓଡ଼ିଶାରେ ରହୁଥିବା ବାଂଲାଦେଶୀଙ୍କ ସପକ୍ଷରେ ଓକିଲାତି କରି ଅଡୁଆରେ ଭୁବନେଶ୍ବର ମେୟର। କହିଛନ୍ତି, ସେମାନେ ଆମ ଦେଶର ନାଗରିକ, ସେମାନଙ୍କୁ ରାଜ୍ୟରୁ ବାହାର କରାଯିବ ନାହିଁ। ତେବେ ମେୟରଙ୍କ ଏହି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହ ରାସ୍ତାକୁ ଓହ୍ଲାଇଛି ବିଜେପି। ମେୟର ସୁଲୋଚନା ଦାସଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି। କିନ୍ତୁ ବିରୋଧ ବଢ଼ିବା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ମେୟର।

Advertisment

ବାଂଲାଦେଶୀଙ୍କ ସପକ୍ଷରେ ଭୁବନେଶ୍ବର ମେୟର। ରାଜ୍ୟରୁ ବାହାର ନକରିବାକୁ ସୁଲୋଚନାଙ୍କ ଓକିଲାତି। ସୁରକ୍ଷା ଦୃଷ୍ଟିରୁ ଗୋଟିଏ ପଟେ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ତଡ଼ିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଅନ୍ୟପଟେ ଖୋଦ୍ ମେୟର ଯୁକ୍ତି ବାଢିଛନ୍ତି ବାଂଲାଦେଶୀଙ୍କ ସମର୍ଥନରେ। କହୁଛନ୍ତି, ସେମାନଙ୍କ ରାସନ କାର୍ଡ ଅଛି, ଭୋଟର କାର୍ଡ ଅଛି, ସେମାନେ ଆମ ଦେଶର ନାଗରିକ। ବାଂଲାଦେଶୀଙ୍କୁ କୌଣସି ପ୍ରକାରେ ବାହାର କରିବା ସମ୍ଭବ ନୁହେଁ। ଏପରିକି ସେମାନଙ୍କୁ ବାହାର କରାଯିବ ନାହିଁ, ଆମେ ସେମାନଙ୍କ ସହ ଅଛୁ ବୋଲି କହିବାକୁ ପଛାଇନାହାଁନ୍ତି। ଯାହାକୁ ନେଇ ତମ୍ବିତୋଫାନ ହୋଇଛି। ମେୟରଙ୍କ ମନ୍ତବ୍ୟ ବିରୋଧରେ ତେଜିଛି ପ୍ରତିବାଦ।

ଅଧିକ ପଢନ୍ତୁ : ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ଆକ୍ସନ ମୋଡ୍‌ରେ ସରକାର

ମେୟରଙ୍କ ବାଂଲାଦେଶୀ ପ୍ରୀତିକୁ ତୀବ୍ର ନିନ୍ଦା କରିଛି ବିଜେପି। ଆଜି ରାଜମହଲରୁ ଶିଶୁ ଭବନ ଛକ ଯାଏ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବା ବେଳେ କୁଶ ପୁତ୍ତଳିକା ଦାହ କରିବା ସହ ମେୟରଙ୍କ ଇସ୍ତଫା ଦାବି କରିଛନ୍ତି। ବିଧାୟକ ବାବୁ ସିଂ କହିଛନ୍ତି, ଆମ ଦେଶ, ରାଜ୍ୟ ଏବଂ ସହରରେ କେବଳ ଆମ ଦେଶର ନାଗରିକ ହିଁ ରହିପାରିବେ। ଦେଶ ସୁରକ୍ଷା ଆଗରେ କାହା ସହ ସାଲିସ କରାଯାଇପାରିବ ନାହିଁ। ସେପଟେ ବିରୋଧ ବଢୁଥିବା ଦେଖି ୟୁ-ଟର୍ଣ୍ଣ ମାରିଛନ୍ତି ମେୟର। ଆଜି କହିଛନ୍ତି, ସରକାର ଯାହା ନିଷ୍ପତ୍ତି ନେବେ ତାକୁ କାର୍ଯ୍ୟକାରୀ କରାଯିବ।

Advertisment

ପହଲଗାମ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ହାଇଆଲର୍ଟ। ପାକିସ୍ତାନୀ ନାଗରିକ ସହ ଆରମ୍ଭ ହୋଇଛି ବେଆଇନ୍ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ନେଇଛି STF। କୌଣସି ଅଣଭାରତୀୟ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଆଇନ ମନ୍ତ୍ରୀ। ଦେଶରେ ଶରଣାର୍ଥୀଙ୍କ ସ୍ଥାୟୀ ରହଣି ପ୍ରସଙ୍ଗରେ ଦିନକ ତଳେ କଡ଼ା ଆଭିମୁଖ୍ୟ ରଖିଥିଲେ ସୁପ୍ରିମକୋର୍ଟ। ସଫା ସଫା କହିଥିଲେ, ଭାରତ ଏକ ଧର୍ମଶାଳା ନୁହେଁ, ଏଠାରେ ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କୁ ରହିବା ପାଇଁ ଅନୁମତି ମିଳିପାରିବ ନାହିଁ।

Odisha Sulochana Das Mayor
Advertisment
Advertisment