/odishatv-khabar/media/post_attachments/uploadimage/library/16_9/16_9_0/berhampur_1698234887.jpg)
berhampur
ଦାଣ୍ଡିଆ ନାଇଟରେ ବି 'ହେ ନବୀନ ବାବୁ ଆମେ ତମ ଫ୍ୟାନ୍'..। ଏହି ଗୀତର ତାଳେ ତାଳେ ନାଚିଛନ୍ତି ଖୋଦ୍ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ମେୟର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ବିଜୟା ଦଶମୀ ଅବସରରେ ବ୍ରହ୍ମପୁରରେ ଆୟୋଜିତ ଦାଣ୍ଡିଆ ରାସ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମେୟର ସଂଘମିତ୍ରା ଦଳେଇ।
ତାଙ୍କ ସହ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ତଥା ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ କାର୍ଯ୍ୟକ୍ରମରେ। ପୂର୍ବରୁ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ନବୀନ ବାବୁ ଆମେ ତମ ଫ୍ୟାନ୍ ଗୀତ ବାଜୁଥିବା ବେଳେ ଏବେ ଦାଣ୍ଡିଆ ନାଇଟରେ ବି ଏହି ଗୀତ ବ୍ୟବହାର ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।..
ପ୍ରଥମେ ମେୟର ଏ ନେଇ ନିଜେ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ସେୟାର କରିଥିଲେ। ମାତ୍ର ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେବା ପରେ ସେ ଏହି ଭିଡିଓକୁ ତାଙ୍କର ସୋସିଆମ ମିଡିଆ ହ୍ୟାଣ୍ଡେଲରୁ ଡିଲିଟ୍ କରିଦେଇଥିବା ଦେଖିବାକୁ ମିଳିଛି। ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)