Advertisment

Viral Video:ଭିଡିଓଟି ଦେଖନ୍ତୁ ଜାଣିଯିବେ ମା’ର ସଂଘର୍ଷ କଣ, ଆଖିରେ ଲୁହ ଆସିଯିବ...ମନେ ପଡ଼ିଯିବ ଅନେକ କଥା

ଏହି ଭିଡିଓରେ ଦେଖାଯାଉଛି ଯେ କିପରି ଜଣେ ମା’ ନିଜର ଦୁଇ ପିଲାଙ୍କୁ ସାଇକେଲରେ ବସାଇ ସେମାନଙ୍କୁ ସ୍କୁଲ ନେଉଛନ୍ତି, ଯାହା ଦ୍ୱାରା ସେମାନେ ପଢ଼ି-ଲେଖି ନିଜ ପାଦରେ ଠିଆ ହୋଇପାରିବେ । ଜଣେ ମା’ ପାଇଁ ଏହା ଏକ ବହୁତ କଠିନ ସଂଘର୍ଷ। ମହିଳା ଓ ତାଙ୍କ ପିଲାଙ୍କର ଏହି ମୁହୂର୍ତ୍ତକୁ ଆମେ କେବଳ ଏକ ଭିଡିଓ ବୋଲି ଭାବିବା ଉଚିତ ନୁହେଁ।

author-image
Manasranjan Mohanty
ଅଦ୍ୟତନ ହୋଇଛି
viral video

viral video

ଦୁନିଆରେ ଯଦି କାହାର କୌଣସି ପରିଭାଷା ନାହିଁ, ସେ ହେଉଛି ମା’ । କାରଣ ଦୁନିଆର ସବୁଠାରୁ ଦୟାଳୁ ମଣିଷ ହେଉଛି ମା’। ମା’ର ମମତା ଓ ତାର ପ୍ରେମ ନିଃସ୍ୱାର୍ଥ। ଏହା କେବଳ ମଣିଷର ଦୁନିଆରେ ନୁହେଁ, ବରଂ ସବୁ ରୂପରେ। କାହିଁକି ନା ମା’ର କୌଣସି ତୁଳନା ନାହିଁ। ମା’ ହେଉଛନ୍ତି ପରିବାରକୁ ଚଳାଉଥିବା ବ୍ୟକ୍ତି । ସେହିଁ ପରିବାରକୁ ଆଗେଇ ନିଅନ୍ତି ।

Advertisment

ନିଜ ପିଲା ଓ ପରିବାର ପାଇଁ ମା’ ଠାରୁ ଭଲ-ମନ୍ଦ କେହି ଚିନ୍ତା କରିପାରେ ନାହିଁ। ତେଣୁ ତାଙ୍କୁ ଦୁନିଆର ସବୁଠାରୁ ବଡ଼ ଯୋଦ୍ଧା କୁହାଯାଏ। ମା’ଙ୍କର ସଂଘର୍ଷ ଓ ତାଙ୍କର କଠିନ ପରିଶ୍ରମର ଏକ ଏପରି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଆପଣ କହିବେ ଯେ ମା’ଠାରୁ ବଡ଼ ଯୋଦ୍ଧା ଏ ଦୁନିଆରେ କେହି ନାହିଁ।

ମା’ ଓ ତାଙ୍କ ପିଲାଙ୍କର ଏହି ଭିଡିଓ ପ୍ରଥମେ ଆପଣଙ୍କ ହୃଦୟକୁ କ୍ଷତାକ୍ତ କରିଦେବ ଏବଂ ତା’ପରେ ଯେତେବେଳେ ତାହା ଯନ୍ତ୍ରଣା ଦେବ, ସିଧାସଳଖ ଆଖିରୁ ଲୁହ ଆସିବ ।

Advertisment

ଏହି ଭିଡିଓରେ ଦେଖାଯାଉଛି ଯେ କିପରି ଜଣେ ମା’ ନିଜର ଦୁଇ ପିଲାଙ୍କୁ ସାଇକେଲରେ ବସାଇ ସେମାନଙ୍କୁ ସ୍କୁଲ ନେଉଛନ୍ତି, ଯାହା ଦ୍ୱାରା ସେମାନେ ପଢ଼ି-ଲେଖି ନିଜ ପାଦରେ ଠିଆ ହୋଇପାରିବେ । ଜଣେ ମା’ ପାଇଁ ଏହା ଏକ ବହୁତ କଠିନ ସଂଘର୍ଷ। ମହିଳା ଓ ତାଙ୍କ ପିଲାଙ୍କର ଏହି ମୁହୂର୍ତ୍ତକୁ ଆମେ କେବଳ ଏକ ଭିଡିଓ ବୋଲି ଭାବିବା ଉଚିତ ନୁହେଁ।

ଏହି ଭିଡିଓର କମେଣ୍ଟ ବକ୍ସରେ ଲୋକମାନଙ୍କର ମନ୍ତବ୍ୟରୁ ଜଣାପଡ଼ୁଛି ଯେ ସେମାନେ ଏହି ପରିସ୍ଥିତିକୁ କେତେ ଗମ୍ଭୀରତାର ସହ ଗ୍ରହଣ କରୁଛନ୍ତି। ଏଥିରେ ଜଣେ ୟୁଜର୍ସ ଲେଖିଛନ୍ତି, ‘ମା’ର କୌଣସି ଉତ୍ତର ନାହିଁ।’ ଆଉ ଜଣେ ଲେଖିଛନ୍ତି, ‘ମା’ ତ ମା’ ହିଁ, ତାଙ୍କୁ ବୁଝିବା ପାଇଁ ତାଙ୍କ ପରି ହୃଦୟ ରହିବା ଦରକାର।’ ତୃତୀୟ ଜଣେ ଲେଖିଛନ୍ତି, ‘ଏ ଦୁନିଆରେ ସବୁଠାରୁ ବଡ଼ ଯୋଦ୍ଧା ହେଉଛି ମା’।’ ଆଉ ଜଣେ ଲେଖିଛନ୍ତି, ‘ମହିଳା ରୂପରେ ମା’ ହିଁ ଏକମାତ୍ର ମଣିଷ, ଯିଏ ନିଃସ୍ୱାର୍ଥ ପ୍ରେମ କରେ।’ ଏହି ଭିଡିଓର କମେଣ୍ଟ ବକ୍ସରେ ଲୋକମାନେ ଲାଲ ହୃଦୟ ଇମୋଜି ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓଟି ଉପରେ ୭୦ ହଜାରରୁ ଅଧିକ ଲାଇକ ଆସିଛି ଏବଂ ଅନେକ କମେଣ୍ଟ ବକ୍ସରେ କାନ୍ଦୁଥିବା ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି। 

Schools Heat Wave Viral Video Mother
Advertisment
Related Articles
Advertisment