/odishatv-khabar/media/post_attachments/uploadimage/library/16_9/16_9_0/Heat_wave_1749012293.jpg)
Heat wave
ଫେରିଛି ଗ୍ରୀଷ୍ମଲହରି। ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ। ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାତିରେ ଆଉଟୁପାଉଟୁ ହେବ ଉପକୂଳରୁ ଉତ୍ତର ଓ ପଶ୍ଚିମ ଓଡ଼ିଶା। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ: ମୌସୁମୀରେ ବିରାମ ! ବଢିଲା ଗ୍ରୀଷ୍ମର ପ୍ରକୋପ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ତାତି ଓ ଗୁଳୁଗୁଳି ନେଇ ଆଜି ୧୧ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ୬ ତାରିଖରୁ ଅଧିକ ରହିବ ଖରା ପ୍ରକୋପ। କିଛି ସ୍ଥାନରେ ପାରଦ ଛୁଇଁପାରେ ୪୨ ଡିଗ୍ରୀ ସେଲସିୟସ୍। ୧୦ ତାରିଖ ଯାଏଁ ଗ୍ରୀଷ୍ମଲହରି କଲବଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୩୪ ଡିଗ୍ରୀ ଟପିଛି ପୁରୀ ତାପମାତ୍ରା। ପୁରୀରେ ସର୍ବାଧିକ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲିରେ ୩୨.୮ ଓ ଭୁବନେଶ୍ବରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
କିନ୍ତୁ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ପବନ ବି ହୋଇପାରେ। ଗତକାଲି ଅପରାହ୍ନରେ ଭୁବନେଶ୍ବରରେ ୫୭ମିମି ବର୍ଷା ରେକର୍ଡ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)