ତାପମାତ୍ରା କିଛି ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ମଧ୍ୟ ରହିପାରେ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।
ଖରାରେ ଡହଳ ବିକଳ ହେଉଥିବା ପଶୁପକ୍ଷୀଙ୍କ ପାଟି ଫିଟୁନଥିବାରୁ ସେମାନଙ୍କ ଦରଦ ବୁଝିଛନ୍ତି ଚିନ୍ମୟୀ। କେବଳ ପାଣି ନୁହେଁ, ଖାଦ୍ୟ ବି ଦେଉଛନ୍ତି।
ଜଙ୍ଗଲରେ ମେଣ୍ଟାଉଛନ୍ତି ପଶୁପକ୍ଷୀଙ୍କ ଶୋଷ ।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ ।
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଆଜି ବୌଦ୍ଧ ଓ ବାରିପଦାରେ ତାତି ୪୫ ଡିଗ୍ରୀ ଟପିଲା। ଉଭୟ ବୌଦ୍ଧ ଓ ବାରିପଦା ତାପମାତ୍ରା ୪୫.୨ ଡିଗ୍ରୀ ରହିଛି।
ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ ।
ଆଜି ବି କଲବଲ କରିବ ତାତି । କାରଣ ଆଜି ସାଢ଼େ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଉପରମୁହାଁ ହେଲାଣି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରାୟ ୭ଟି ସହରରେ ପାରଦ ୩୩ ଡିଗ୍ରୀ ଉପରେ ରହିଛି ।
ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ଗ୍ରୀଷ୍ମକାଳୀନ ବ୍ୟବସ୍ଥା ସତ୍ତ୍ୱେ ଦେଖିବାକୁ ମିଳିଛି ଖରାର ନଖରା । ଖରା ତାତିରେ ଚାଲିବାକୁ ମହାବଳର ବଳ ପାଉନି, ଗଛ ଡିଆଁ ମାରିପାରୁନି ସିମ୍ପାଞ୍ଜି । ଏପଟେ ଚିଡ଼ିଆଖାନାକୁ ଆଗରୁ ଦୈନିକ ଯେତିକି ପର୍ଯ୍ୟଟକ ଆସୁଥିଲେ ଏବେ ତାର ଅଧା ଆସୁଛନ୍ତି।
ପାଣି କୁଣ୍ଡ ଉପରେ ଛିଡ଼ା ହୋଇଛି ବୁଢ଼ା ଶାଗୁଣା। ଆଉ ତାତିରୁ ଖୋଜୁଛି ମୁକ୍ତି। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୁମ୍ଫାରୁ ବାହାରିବାକୁ ଡରୁଛି ଭାଲୁ। ଯଦିଓ ଲଗାତର ପାଣି ସିଞ୍ଚା ଚାଲିଛି, ତଥାପି ଖରାରେ ଦେହ ଦେବାକୁ ଜୁ ପାଉନି। କେତେବେଳେ କେମିତି ଟିକେ ବାହାରକୁ ମୁହଁ ଦେଖାଇ ପୁଣି ଗୁମ୍ଫା ଭିତରକୁ ପଶିଯାଉଛି।
ପ୍ରଚଣ୍ଡ ତାତିରେ କଲବଲ ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଛି। ୩୨ ସହର ତାପମାତ୍ରା ୪୦ ଉପରେ ରହିଲା।
ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ପାର କରିଛି ୮ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱର ଓ କେନ୍ଦୁଝରରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
କଲବଲ କରୁଛି ଅସହ୍ୟ ଖରା। ଆଜି ପାଇଁ ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ।
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।
ପୁଣି ରାଜଧାନୀରେ ୪୩ ଟପିଲା ପାରଦ । ଆଜି ଦିନ ସାଢ଼େ ୨ଟାରେ ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା ୪୨.୬ ଏବଂ ବାଲେଶ୍ୱର ୪୨.୨ ଡିଗ୍ରୀ ତାପମାତ୍ରା ରହିଛି ।
ଜଳୁଛି ସାରା ଓଡ଼ିଶା । ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ତାତି ସହ ଏଣିକି ବଢିବ ଗୁଳୁଗୁଳି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଆସନ୍ତାକାଲି ପାଇଁ ୨୪ ଜିଲ୍ଲାକୁ ହିଟୱେଭ ଓ ଗୁଳିଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଦାଉ ସାଧୁଛି ଖରା । ଦିନକୁ ଦିନ ବଢ଼ିଚାଲିଛି ଦିନ ତାପମାତ୍ରା । ପୂରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହର.. ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଏପରି ସ୍ଥଳରେ ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଅନେକ ନିୟମ କରୁଛନ୍ତି ।
ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ।
ଜାରି ରହିବ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ମାତ୍ର ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ଗୁଳୁଗୁଳି ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି ।