୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି ।
ଚନ୍ଦ୍ରୟାନ, ଆଦିତ୍ୟ L1 ବା ସୂର୍ଯ୍ୟୟାନ, ଆଉ ଏବେ ଗଗନୟାନର ପ୍ରଥମ ଫ୍ଲାଇଟ୍ ଟେଷ୍ଟ୍ । ଚଳିତବର୍ଷ ଗୋଟିକ ପରେ ଗୋଟିଏ ବଡ଼ ସଫଳତା ହାତେଇଥିବା ଇସ୍ରୋ, ଆଜି ବି ଭାରତୀୟ ମହାକାଶ ଅଭିଯାନ କ୍ଷେତ୍ରରେ ଯୋଡ଼ିଛି ସ୍ବର୍ଣ୍ଣିମ ଅଧ୍ୟାୟ। ମହାକାଶକୁ ମଣିଷ ପଠାଇବା ଲାଗି ପ୍ରସ୍ତାବିତ ମିଶନ୍ ଗଗନୟାନ ପାଇଁ ଭାରତ ବଢ଼ାଇଛି ବିଶ୍ବାସ ଓ ଭରସାର ପ୍ରଥମ ପାଦ....
ପ୍ରତିଟି ଭାରତୀୟ ଆଜି ଗର୍ବିତ.. ଉତଫୁଲ୍ଲିତ... ଚମତ୍କୃତ.. । ଏ ଦୃଶ୍ୟ ଯେତିକି ରୋମାଞ୍ଚକର, ଏ ସଫଳତା ସେତିକି ଉତ୍ସାହପ୍ରଦ। ଇଏ ମିଶନ ଗଗନୟାନର ପୂର୍ବା-ଭ୍ୟାସ ଓ ପୂର୍ବା-ଭାସ ମଧ୍ୟ ।
କାଳେ ବୈଷୟିକ କାରଣରୁ ସ୍ଥଗିତ ରହିଥିଲା ଉତ୍କ୍ଷେପଣ...ଏବେ ଉତ୍କ୍ଷେପଣ ହେଲା ଟେଷ୍ଟ ଭେହିକିଲ୍ TV-D1
ଉତ୍କ୍ଷେପଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ ମିଶନ ।
ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍…ସକାଳ ୮ଟାରେ ଶ୍ରୀହରିକୋଟ୍ଟାରୁ TV-D1ର ଉତକ୍ଷେପଣ…ଭୂପୃଷ୍ଠରୁ ୧୭ କି.ମି. ଉପରକୁ ଯାଇ ଖସିବ କ୍ରୁ-ମଡ୍ୟୁଲ୍…୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ,,