Advertisment

ଆଜି ଗଗନୟାନର ପ୍ରଥମ ଟ୍ରାଏଲ, ସମୁଦ୍ର ମଝିରେ ଖସିବ ମାନବ-ବିହୀନ କ୍ରୁ-ମଡ୍ୟୁଲ୍

ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍…ସକାଳ ୮ଟାରେ ଶ୍ରୀହରିକୋଟ୍ଟାରୁ TV-D1ର ଉତକ୍ଷେପଣ…ଭୂପୃଷ୍ଠରୁ ୧୭ କି.ମି. ଉପରକୁ ଯାଇ ଖସିବ କ୍ରୁ-ମଡ୍ୟୁଲ୍…୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ,,

author-image
Prangyan Parimita
ଅଦ୍ୟତନ ହୋଇଛି
Gaganyaan Mission

Gaganyaan Mission

ସରିଆସୁଛି ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ପାଇଁ କାଉଣ୍ଟ ଡାଉନ୍। ସକାଳ ୮ଟାରେ ଉତକ୍ଷେପଣ ହେବ ଟେଷ୍ଟ ଭେହିକିଲ୍ TV-D1। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏହି ଉତକ୍ଷେପଣ ହେବ। ପ୍ରାୟ ୩୫ ମିଟର ଏକ ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ । ଏଥିରେ କେହି ମହାକାଶଚାରୀ ନଥିବେ, କିନ୍ତୁ ଏହାର ଆକାର ଓ ଓଜନ ଗଗନଯାନର ପ୍ରକୃତ କ୍ରୁ ମଡ୍ୟୁଲ ସହିତ ସମାନ ରହିବ ।

Advertisment

ଏହି ୪ହଜାର ୫୨୦ କିଲୋଗ୍ରାମର କ୍ରୁ ମଡ୍ୟୁଲଟି ତଳକୁ ଖସିବା ବେଳେ ୧୦ଟି ପାରାଚୁଟ୍ ସାହାଯ୍ୟରେ ଏହାର ବେଗ ହ୍ରାସ କରାଯିବ । ଯୋଜନା ମୁତାବକ ସବୁକିଛି ଠିକ୍ ଚାଲିଲେ, ଏହି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟା ଠାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିବ । ସେଠାରେ ପୂର୍ବରୁ ଜାହାଜରେ ମୁତୟନ ଥିବା ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିବେ।...

Advertisment

ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ଆଜି ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯିବ। ଏହା ସଫଳ ହେଲେ, ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯିବ। ଏଭଳି ବିଭିନ୍ନ ପରୀକ୍ଷଣ ଓ ପୂର୍ବାଭ୍ୟାସ ପରେ, ୨୦୨୫ ସୁଦ୍ଧା ଆରମ୍ଭ ହେବ ପ୍ରକୃତ ଗଗନଯାନ ମିଶନ।...

ହେଲେ କଣ ଏହି ମିଶନ ଗଗନୟାନ ?

ସୂଚନା ଅନୁସାରେ, ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅନ୍ତରୀକ୍ଷରେ ୩ଦିନ ରହି ପୃଥିବୀକୁ ଫେରିବେ ମହାକାଶଚାରୀ । ଭୂପୃଷ୍ଠରୁ ୪ଶହ କିଲୋମିଟର ଉପରକୁ ଯାଇ ସେଠାରେ ରହିବେ ୩ଜଣ ଭାରତୀୟ । ପୃଥିବୀ ଚାରିପଟେ ୩ ଦିନ ଘୁରି ବୁଲିବେ ୩ ଜଣ ଭାରତୀୟ ମହାକାଶଚାରୀ । ମିଶନ ଗଗନୟାନ ପାଇଁ ବ୍ୟବହାର ହେବ HLVM3 ରକେଟ୍ । ଏହା ହେଉଛି ଇସ୍ରୋର ବାହୁବଳୀ ରକେଟ୍ ’ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀ’ର ମାନବ ପ୍ରେରଣ ପାଇଁ ଉପଯୋଗୀ ଭର୍ସନ।

ରୁଷିଆରେ ମହାକାଶ ଅଭିଯାନ ପାଇଁ ଟ୍ରେନିଂ ନେଇଛନ୍ତି ୪ ଭାରତୀୟ । ଅଧିକ ପ୍ରଶିକ୍ଷଣ ପାଇଁ ବେଙ୍ଗଳୁରୁରେ ହୋଇଛି ଅତ୍ୟାଧୁନିକ ବ୍ୟବସ୍ଥା । ବହୁ ପରୀକ୍ଷଣ ପରେ ମିଶନ ଗଗନୟାନର ପ୍ରଥମ ପର୍ଯ୍ୟାୟରେ ପଠାଯିବ ମାନବବିହୀନ ମହାକାଶଯାନ । ମଣିଷ ପଠାଇବା ପୂର୍ବରୁ ଗଗନଯାନରେ ଯିବ ରୋବଟ୍ ’ବ୍ୟୋମମିତ୍ର’ । ସବୁ ପରୀକ୍ଷଣ ସଫଳ ହେଲେ ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ । ଗଗନଯାନ ଲକ୍ଷ୍ୟ ପୂରଣ ପାଇଁ ଖର୍ଚ୍ଚ ହେବ ୯ହଜାର ୨୩ କୋଟି ଟଙ୍କା ।...

Gaganyaan Mission
Advertisment
Advertisment