ଆଜି ଭୋର୍ ପ୍ରାୟ ୩ଟା ୫୫ରେ ପିସିଆର୍କୁ ଏକ ଫୋନ୍ କଲ୍ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍ରେ ନିଆଁ ଲାଗିଥିବା କେହି ଫୋନ୍ କରି ଜଣାଇଥିଲେ। ତୁରନ୍ତ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ରେଲୱେ ଡିସିପିଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ୪୧ରେ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଟ୍ରେନଟି ଚହଲା ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ନିଆଁ ଲାଗିସାରିଥିଲା। ନିଆଁ ଲାଗିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା।
ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।
ବାହାଘରକୁ ହୋଇଥିଲା ମାତ୍ର 10 ଦିନ। ହାତରୁ ମେହେନ୍ଦି ବି ଲିଭିନି। କାଳ ନିଆଁ ଜାଳି ପୋଡି ଛାରଖାର କରିଦେଲା, ଉଚ୍ଛନ୍ନ କରିଦେଲା ପରିବାର। ସାଂସାରିକ ଜୀବନ ଆରମ୍ଭ ପୂର୍ବରୁ ସରିଗଲା ସବୁକିଛି। ମନ୍ୟୁଷକୃତ ଏକ ଭୟାବହ ଅଗ୍ନିକାଣ୍ଡରେ ଆଖି ବୁଜିଲେ ନବ ବିବାହିତ ଦମ୍ପତି ।
ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।
୬୦ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ବେଳେ ନୁହର ତାବଡ଼ ଉପମଣ୍ଡଳ ସୀମାରେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧.୩୦ରେ ଏହି ଭୟଙ୍କର ବସ୍ ଦୁର୍ଘଟଣା ହୋଇଥିଲା ।
ନିଆଁ ନୈନିତାଲକୁ ବ୍ୟାପିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନାର ସହାୟତା ନିଆଯାଇଛି ।
ବିବାହ ଶୋଭାଯାତ୍ରାରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ, ଗୋଟିଏ ପରିବାରର ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି।
ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍ ସାମିଲ ଅଛନ୍ତି ।
ଦୋକାନରୁ ବାକି ଖାଇଲେ, ଟଙ୍କା ମାଗିଲେ ଦୋକାନରେ ନିଆଁ ଲଗେଇଲେ । ରାତି ଅଧରେ ଦୋକାନରେ ନିଆଁ ଲଗାଇ ଛାରଖାର କରିଦେଲେ ଅଭିଯୁକ୍ତ ।
କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ । ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି ।
ଗତକାଲି ୧୩ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଏହା ଏବେ ୩୦ରୁ ଅଧିକ ପଏଣ୍ଟ ଅର୍ଥାତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।
ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାଣ ହରାଇଥିବା ୪ଭାଇଭଉଣୀଙ୍କ ବୟସ ୧୦ବର୍ଷରୁ କମ୍। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛି।
କିଟ୍ ଛକରେ ଥିବା ଏକ କର୍ପୋରେଟ ବିଲଡିଂରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି।
ଫ୍ରିରେ କାମ କରିବାକୁ ମନା କରିବାରୁ ଘର ଜାଳିଦେଲେ । ବିନା ପାରିଶ୍ରମିକରେ କାମ କରିବାକୁ କହୁଥିଲେ । କିନ୍ତୁ ଶ୍ରମିକମାନେ ମନା କରିଦେଲେ । ଫଳରେ ପ୍ରାୟ ୧୫ ଜଣ ଶ୍ରମିକଙ୍କର ବ୍ୟବହାର ସାମଗ୍ରୀରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଠକାଦାର ।
ମୃତକମାନେ ହେଲେ ୫୧ ବର୍ଷୀୟ ରାଜୀବ ୱାରିକୋ, ତାଙ୍କ ପତ୍ନୀ ୪୭ ବର୍ଷୀୟ ଶିଳ୍ପା କୋଥା ଏବଂ ସେମାନଙ୍କର ୧୬ ବର୍ଷର ଝିଅ ମହକ ୱାରିକୋ ।
ବିଲ୍ଡିଂର ତୃତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।
ନିଆଁ ସିନା ସବୁ ଜାଳିପୋଡ଼ି ସାରିଦେଲା... କିନ୍ତୁ ସଂପର୍କର ବନ୍ଧନ ସାତ ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିବା ମଣିଷ, ବଦଳିଲାନି... କେବଳ ଶାଢୀ ଖଣ୍ଡିଏରେ ସବୁଦିନ ପାଇଁ ହୀରାମଣିଙ୍କୁ ବୋହୂ କରି ନେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି। ଆଉ ଏ କଥା ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ।
ଥିଲା ଘରବାଲା ବି ଝିଅଟିକୁ ବାହା ଦେବେ ବୋଲି କେତେ କଣ ସାଇତିଥାନ୍ତି..ଆଉ ଗରିବ ଲୋକର ଅଳପ ଧନ ବିକଳ ମନ.. ପେଟରୁ କାଟି କାଟି ଅର୍ଥ ଯୋଡ଼ିଥାଏ ଝିଅଟିକୁ ବାହାଦେବ ବୋଲି.. ହେଲେ ସେତକ ବି ଛଡେଇନେଲା ବିଧାତା.. ନିଆଁ ଲାଗି ସବୁକିଛି ଛାରଖାର ହେଇଗଲା..
ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି..ପୂରା ଗାଁ ଆତଙ୍କିତ.
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା….
କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ଅଭିଯୋଗ....ଦୀର୍ଘ ୪ ଘଣ୍ଟା ପରେ ନିଆଁ ଆୟତ୍ତ...ସର୍ଟସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ....
ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।
ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା।