Massive Explosion
ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ବର୍ତ୍ତମାନର ଖବର ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ହାଇଦ୍ରାବାଦ ନିକଟ ପତନଚେରୁରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି । କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ବିସ୍ଫୋରଣ ଘଟିଛି । ଫଳରେ ସେଠାରେ ଉପସ୍ଥିତ ଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଫଳରେ ଅନେକ କର୍ମଚାରୀ ଆହତ ହୋଇଥିବାବେଳେ କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।
ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଗାଚି ଫାର୍ମା କମ୍ପାନୀରେ ଏପରି ଅଘଟଣ ଘଟିଛି । କେମିକାଲ ଟ୍ୟାଙ୍କର ବ୍ଲାଷ୍ଟ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଆଖପାଖରେ ଧୂଆଁମୟ ହୋଇଯାଇଥିବା ପୂରା ପରିବେଶ । ଫ୍ୟାକ୍ଚ୍ରିରେ ଉପସ୍ଥିତ ଥିବା କର୍ମଚାରୀଙ୍କ ମଧ୍ୟରୁ ୧୦ ଜଣଙ୍କ ଜୀବନ ଯାଇଛି । ଏକାଧିକ ଆହତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)