Advertisment

Fire Breaks Out: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

ଗତକାଲି ରାତି ପ୍ରାୟ ୩ଟା ୪୫ ମିନିଟ ସମୟରେ କାରଟି ଅନୁଗୋଳରୁ କଳମଛୁଇଁ ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍‌ର ବେଗ ସ୍ପିଡ୍‌ ଥିଲା। କୁଇଓ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ରଖେ ହରି ମାରେ କିଏ । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । କାରଟି ଭାରସାମ୍ୟ ହରାଇ ପୋଲ ବାଡ଼ରେ ଧକ୍କା ହୋଇ ଜଳିଗଲା। ହେଲେ ସୌଭାଗ୍ୟବଶତଃ କାର ଚାଳକ ବର୍ତ୍ତି ଯାଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁଇଓ ନିକଟରେ।

Advertisment

ଗତକାଲି ରାତି ପ୍ରାୟ ୩ଟା ୪୫ ମିନିଟ ସମୟରେ କାରଟି ଅନୁଗୋଳରୁ କଳମଛୁଇଁ ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍‌ର ବେଗ ସ୍ପିଡ୍‌ ଥିଲା। କୁଇଓ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଯାଇଥିଲା। ପରେ କାର୍‌ରେ ନିଆଁ ଲାଗିଯାଇଥିଲା। କାରଟି ହୁତୁହୁତୁ ହୋଇ ପୋଲ ଉପରେ ଜଳିଯାଇଥିଲା। ସୌଭାଗ୍ୟବଶତଃ କାର ଚାଳକ ସେହି ସମୟରେ କାର୍‌ ଭିତରୁ ବାହାକୁ ପଳାଇ ଆସିଥିଲେ। ତାଙ୍କର କିଛି ହୋଇ ନଥିଲା। ସ୍ଥାନୀୟ ଲୋକେ ଏହାଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ କାରରେ କିପରି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ ।ପୋଲିସ ଘଟଣାର ତଦନ୍ତ କରୁଛି।

Advertisment

ଅଧିକ ପଢ଼ନ୍ତୁ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

Accident Anugul Fire Breaks Out
Advertisment
Advertisment