Advertisment

Fire Breaks Out: ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ପୁରୁଣା ବ୍ୟାରିକେଡ

ଆଜି ସକାଳେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା। ହୁତୁହୁତୁ ହୋଇ ଜଳିଯାଇଥିଲା ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ। ଧୂଆଁ ମୟ ହୋଇଯାଇଥିଲା ପୂରା ପରିବେଶ।

author-image
Tapaswini Nayak
Fire

Fire

ପୁରୀ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗି ଜଳିଯାଇଛି। ନିଆଁ ଲାଗି ଲୁହା, ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ ଜଳିପୋଡ଼ି ପାଉଁଶ ହୋଇଯାଇଛି। ହେଲେ କାହାର କିଛି କ୍ଷତି ଘଟିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

ଆଜି ସକାଳେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା। ହୁତୁହୁତୁ ହୋଇ ଜଳିଯାଇଥିଲା ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ। ଧୂଆଁ ମୟ ହୋଇଯାଇଥିଲା ପୂରା ପରିବେଶ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବ୍ୟାରିକେଡ ନିକଟରେ ଏଲଆଇସି କଲୋନୀ ସରକାରୀ କ୍ବାର୍ଟର୍ସ, ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାର୍ଟର୍ସ ମଧ୍ୟ ଥିଲା। ହେଲେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।

ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ହେଲେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ଗୁଣ୍ଡିଚା ମନ୍ଦିର ନିକଟରେ ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

Puri Fire Breaks Out
Advertisment
Advertisment