Advertisment

Fire Tragedy in Hyderabad: ହାଇଦ୍ରାବାଦ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ଜଣ ଜୀବନ୍ତ ଦଗ୍ଧ। ଚାରମିନାର୍ ନିକଟ ଗୁଲଜାର୍ ହାଉସ୍ ରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ୭ ବର୍ଷରୁ କମ ୮ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି କିଛି ବରିଷ୍ଠ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
hyderabad

hyderabad

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ଜଣ ଜୀବନ୍ତ ଦଗ୍ଧ। ଚାରମିନାର୍ ନିକଟ ଗୁଲଜାର୍ ହାଉସ୍ ରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ୭ ବର୍ଷରୁ କମ ୮ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି କିଛି ବରିଷ୍ଠ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ସତ ମାନିଲା ପାକିସ୍ତାନ, ଭାରତ ଦେଇଛି ଶକ୍ତ ପ୍ରହାର

ଆଜି ସକାଳ ପ୍ରାୟ ୬ଟା ବେଳେ ହାଇଦ୍ରାବାଦର ଚାରମିନାର୍ ନିକଟରେ ଥିବା ଏହି ୩ ମହଲା ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା। ବିଲଡିଙ୍ଗକୁ ଯିବା ପାଇଁ ରାସ୍ତା ଅତି ସଂକୀର୍ଣ୍ଣ ଥିବାରୁ ନିଆଁ ଲାଗିବା ପରେ ପରିବାର ଲୋକେ ବାହାରକୁ ବାହାରି ପାରିନଥିଲେ। ଫଳରେ ଘଟଣାସ୍ଥଳରେ ଶ୍ବାସରୁଦ୍ଧ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଲଡିଙ୍ଗର ତଳ ମହଲାରେ କିଛି ଦୋକାନ ଥିବା ବେଳେ ପ୍ରଥମ ମହଲାରେ ଅଳଙ୍କାର ଦୋକାନ ସହ ମାଲିକଙ୍କ ୪ ଭାଇ ପରିବାର ସହ ରହୁଥିଲେ। ତେଣୁ ମୃତକଙ୍କ ମଧ୍ୟରେ ଅଧିକାଂଶ ସେହି ପରିବାରର ବୋଲି ଜଣାପଡିଛି।

ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଲିଭାଇବା କାମରେ ଲାଗିଥିଲା ୧୧ଟି ଦମକଳ ଗାଡ଼ି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ସର୍ଟ ସର୍କିଟ ପାଇଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଘଟଣ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ୬ ଜଣିଆ ମନ୍ତ୍ରୀ ଓ ଅଧିକାରୀ ଦଳକୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କପିକ୍ୟାଟ୍ ପାକିସ୍ତାନର କପିପେଷ୍ଟ ଫନ୍ଦି; ପିଏମ୍ ମୋଦିଙ୍କୁ ନକଲ କରୁଛନ୍ତି ଶେହବାଜ୍ ସରିଫ୍...

Fire Breaks Out Hyderabad
Advertisment
Advertisment