Advertisment

Kolkata Hotel Fire Tragedy: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୧୪ ଜୀବନ୍ତ ଦଗ୍ଧ

ଗତକାଲି ବିଳମ୍ବିତ ରାତିରେ ସେଣ୍ଟ୍ରାଲ କୋଲକାତାର ଥିବା ରିତୁରାଜ ନାମକ ଏକ ହୋଟେଲରେ ନିଆଁ ଲାଗିଯାଇଥିଲା। ହଠାତ୍ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। କିଛି ଲୋକେ ହୋଟେଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବାହାରୁ ପଳାଇ ଆସିଥିଲେ।

author-image
Tapaswini Nayak
Fire

Fire

କୋଲକାତାର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ହୋଇ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

ଗତକାଲି ବିଳମ୍ବିତ ରାତିରେ ସେଣ୍ଟ୍ରାଲ କୋଲକାତାର ଥିବା ରିତୁରାଜ ନାମକ ଏକ ହୋଟେଲରେ ନିଆଁ ଲାଗିଯାଇଥିଲା। ହଠାତ୍ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। କିଛି ଲୋକେ ହୋଟେଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବାହାରୁ ପଳାଇ ଆସିଥିଲେ।

ଆଉ କିଛି ଲୋକେ ହୋଟେଲ ଭିତରେ ଫଶି ରହିଥିଲେ। ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ହୋଟେଲରେ ନିଆଁ କେମିତି ଲାଗିଲା, ତାହାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନ୍ଦେହ କରାଯାଉଛି। ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

Open Fire Fire Breaks Out Kolkata
Advertisment
Advertisment