ଗାଁରେ ଗଜରାଜ ଆତଙ୍କ । ଭୟରେ ଲୋକେ ଛାନିଆ...
ନିକଟରେ ଖୋର୍ଦ୍ଧ ସହର ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମକୁନ୍ଦ ପ୍ରସାଦ ପେଟ୍ରୋଲ ପମ୍ପ ଓ ପଲ୍ଲା ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ହାତୀ ମାଡି ଆସିବା ପରେ ଏବେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନା ରାସ୍ତାକୁ ହାତୀ ପଶିଆସିବା ସହରବାସୀଙ୍କ ମନରେ ଆଣି ଦେଇଛି ଭୟ ଓ ଆତଙ୍କର ବାତାବରଣ ।
ମୟୂରଭଞ୍ଜ ରାସଗୋବିନ୍ଦପୁରରେ କୂଅରେ ପଡ଼ିଥିବା ହାତୀ ଶାବକ ୧୦ ଘଣ୍ଟା ପରେ ଉଦ୍ଧାର । ରେସ୍କ୍ୟୁ ଅପରେସନର ଶେଷ ୧୦ ମିନିଟ୍ ଥିଲା ଗୋଲଡେନ୍ ଆଓ୍ୱାର ।
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ... ଅଳ୍ପକେ ବର୍ତ୍ତିଲେ ଜୟପୁର ଗାଁର ଦୁଇଟି ପରିବାର ..
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ୨୬ ଟିକିଆ ହାତୀ ପଲ ଗତ ୪ଦିନ ମଧ୍ୟରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିବା ସହିତ ଦୁଇଟି ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ସୁନ୍ଦରଗଡ଼ ବଣାଇରେ ହାତୀ ଉତ୍ପାତ । କୁଳିପୋଷ ରେଂଜରେ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।
ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଂଚଳରେ ହାତୀ ଆତଙ୍କ। ଜାତୀୟ ରାଜପଥ ୪୯ର ସିଙ୍ଗିଡା ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଗୋଟିଏ ଦନ୍ତା ହାତୀ ଚାଲି ଆସିଥିଲା । ଏଥିଯୋଗୁ ରାସ୍ତାର ଉଭୟ ପଟେ ଗାଡି ଅଟକି ରହିଥିଲା । ହାତୀ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
କେନ୍ଦୁଝର ଚମ୍ପୁଆ ରେଂଜ ସୁଲୁଗୁଡାରେ ହାତୀ ଆତଙ୍କ । ଏକକାଳୀନ ୨୧ଟି ହାତୀ ପଶି ଆସିଥିବାରୁ ଲୋକେ ଭୟଭିତ୍ତ। ପାଖ ଜଙ୍ଗଲରୁ ବାହାରି ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।
ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ। ମିତ୍ରପୁର ନିକଟ ଜଙ୍ଗଲରେ ରହିଛିନ୍ତି ଏହି ଝାଡଖଣ୍ତୀ ଦନ୍ତାହାତୀ। ନଡପୁର ଜଙ୍ଗଲରୁ ବାହାରି କାଠପାଳ ଦେଇ ହାତୀଟି ଆସିଥିବା ସୂଚନା ମିଳିଛି। ଏନେଇ ଲୋକମାନେ ଭୟଭୀତ ରହିଛନ୍ତି। ଦନ୍ତାହାତୀକୁ ଘଉଡାଇବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାବି କରିଛନ୍ତି।
ଭୁବନେଶ୍ୱର: ପୁଣି ଦନ୍ତା ହାତୀ ଆତଙ୍କ। ହାତୀ ଆକ୍ରମଣରେ ରାଜଗାଙ୍ଗପୁର ବନଖଣ୍ଡର ଲୋଧାବସା ଗାଁର ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟଙ୍କ କେର୍କେଟା। ଭୋରରୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ରାଜଗାଙ୍ଗପୁର ହସ୍ପିଟାଲକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାପାଇଁ ଉଦ୍ୟମ କରାଯାଉଛି। ଦନ୍ତା ହାତୀଟି ଦଳରୁ ଅଲଗା ହୋଇଯାଇଥିବାରୁ ହିଂସ୍ର ହୋଇ ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। […]
ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି
ଚାଷୀ ଆଉ ବଳଦ ମଧ୍ୟରେ ସମ୍ପର୍କ ବେଶ ନିବିଡ । ସେଥିପାଇଁ ତ କର୍ଣ୍ଣାଟକର କୁଲବର୍ଗୀ ଅଂଚଳରେ କାରା ହୁନିମେ ପର୍ବ ପାଇଁ ପ୍ରତିବର୍ଷ ବଳଦମାନଙ୍କୁ ଆକର୍ଷଣୀୟ ରଂଗରେ ସଜାଯାଇଥାଏ । ଏହି ଦିନ ବାଜା ବଜାଇ ନାଚଗୀତ କରିବା ସହ…