Advertisment

Elephant: ଛୁଆକୁ ଛୁଇଁ ଦେଲା ମଣିଷ, ଗ୍ରହଣ କରୁନି ମାଆ

ଏକ ଶାବକ ହାତୀକୁ ମଣିଷ ଛୁଇଁ ଦେବାରୁ ମାଆ ହାତୀ ଛୁଆକୁ ନେଉନି। ଏବେ ବିପଦରେ ଅଛି ଶାବକ ହାତୀର ଜୀବନ।

author-image
Chinmayee Sahoo
Boudh-Newborn-Elephant

Boudh-Newborn-Elephant

ହାତୀ ଛୁଆକୁ ଛୁଇଁଦେଲେ ମଣିଷ। ମା ହାତୀ ଆଉ ଗ୍ରହଣ କରୁଛି। ୧୫/୨୦ ଦିନ ହେବ ଜନ୍ମ ହୋଇଛି, ବାହାର ଖାଦ୍ୟ ଖାଉନି। ଚିନ୍ତାରେ ଏବେ ବନ ବିଭାଗ। ଚାଲିଛି ପ୍ରାଣପଣେ ଚେଷ୍ଟା। କିପରି ଆସିବ ମା’ ହାତୀ ଆଉ ତା’ ଛୁଆକୁ ନେଇଯିବ।

Advertisment

ଏମିତି ଏକ ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଥିବା ପଞ୍ଚଧାରା ପାହାଡ଼ରୁ ଏକ ହାତୀପଲ କୁସୁମ କୁହୁରି ଅଞ୍ଚଳକୁ ଚାଲିଆସିଥିଲେ। ବିଳମ୍ୱିତ ରାତିରେ ସେମାନେ ଜଙ୍ଗଲ ଆଡକୁ ଫେରୁଥିବା ବେଳେ ସେମାନଙ୍କ ସହିତ ଥିବା ଏକ ନବଜାତ ହାତୀ ସେଠାରେ ଥିବା ଏକ କେନାଲରେ ପଡିଯାଇଥିଲା।

ସକାଳେ କିଛି ଚାଷୀ ହାତୀ ଛୁଆଟିକୁ ଏଭଳି ଅବସ୍ଥାରେ ଦେଖି କେନାଲରୁ ଉଦ୍ଧାର କରିଥିଲେ ଆଉ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ ପ୍ରାଣୀ ଚିକିତ୍ସା ବିଭାଗ ସହିତ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ହାତୀଟିକୁ ନିଜ ହେପାଜତକୁ ନେଇଛି।

Advertisment

ହାତୀ ଛୁଆଟିର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସମୟରେ ତା’ର ଜନ୍ମ ମାତ୍ର ୧୫ରୁ ୨୦ଦିନ ହେବ ବୋଲି ଆଶଙ୍କା କରାଯାଇଛି। ତା’ର ପ୍ରାଥମିକ ଚିକିତ୍ସା ପରେ, ତା ମା ନିକଟକୁ ଫେରିଯିବା ଆଶାରେ ତାକୁ ଜଙ୍ଗଲରେ ଏକ ବ୍ୟାରିକେଡ୍ କରି ବିଛା ଯାଇଛି।

ତେବେ ମଣିଷ ଦ୍ୱାରା ଉଦ୍ଧାର ବେଳେ ଶାବକ ହାତୀ ଦେହରେ କିଛି ଭିନ୍ନ ବାସ୍ନା ପାଇ ତାକୁ ଛାଡି ଜଙ୍ଗଲକୁ ଫେରିଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଶାବକ ହାତୀଟି ଅନ୍ୟକିଛି ଖାଦ୍ୟ ପଦାର୍ଥ ଗ୍ରହଣ କରୁ ନ ଥିବାରୁ ତା’ର ସୁରକ୍ଷା ବନ ବିଭାଗ ପାଇଁ ବଡ ଆହ୍ୱାନ ହୋଇଛି।

ସେହିପରି ଛୁଆଟି କିପରି ତା’ ମା’ ନିକଟକୁ ଫେରିବ ସେଥିପାଇଁ ଚେଷ୍ଟା ଚାଲିଛି। ଜଙ୍ଗଲର ବିଭିନ୍ନ ସ୍ଥାନରୁ ଆସିଥିବା ହାତୀପଲର ମଳ ସଂଗ୍ରହ କରି ଶାବକ ହାତୀ ଦେହରେ ଲେପନ କରାଯାଉଥିବା ବିଭାଗୀୟ ରେଞ୍ଜର ସୁନୀଲ ସାହୁ କହିଛନ୍ତି।

ତେବେ ଏହି ପ୍ରୟାସ ବିଫଳ ହେଲେ ତାକୁ ଶେଷରେ କପିଳାସ ପଠାଯିବ ବୋଲି କୁହାଯାଇଛି। ଘଟଣା ସ୍ଥଳରେ ବନ ବିଭାଗର ସହ ପ୍ରାଣୀ ଚିକିତ୍ସକଙ୍କର ଏକ ସ୍ୱତନ୍ତ୍ର ଟିମ ଉପସ୍ଥିତ ରହି ଶାବକ ହାତୀ ଉପରେ ସଜାଗ ଦୃଷ୍ଟି ରଖିଛନ୍ତି।

Elephant
Advertisment
Advertisment