Advertisment

ସ୍ବାମୀକୁ ଦଳିଲା ହାତୀ, ବିଷ ପିଇଦେଲା ପତ୍ନୀ

ସ୍ବାମୀର ଫେରିବା ବାଟକୁ ଅନାଇ ରହିଥିଲା ସ୍ତ୍ରୀ। ହେଲେ ସ୍ବାମୀ ଫେରିଲାନି। ଆସିଲା ସ୍ବାମୀର ମୃତ୍ୟୁ ଖବର। ହାତୀ ଦଳିଦେଇ ନେଲା ସ୍ବାମୀଙ୍କ ଜୀବନ । ଏଖବର ଶୁଣି ସ୍ତ୍ରୀ ନେଲା ଚରମ ନିଷ୍ପତ୍ତି ।

author-image
Niharika Routray
Elephant Attack

Elephant Attack

ଘରୁ ହସଖୁସିରେ ଖାଇପିଇ ଫସଲ ଜଗିବାକୁ ଯାଇଥିଲେ ସ୍ବାମୀ। ସ୍ବାମୀର ଫେରିବା ବାଟକୁ ଅନାଇ ରହିଥିଲା ସ୍ତ୍ରୀ। ହେଲେ ସ୍ବାମୀ ଫେରିଲାନି। ଆସିଲା ସ୍ବାମୀର ମୃତ୍ୟୁ ଖବର। ହାତୀ ଦଳିଦେଇ ନେଲା ସ୍ବାମୀଙ୍କ ଜୀବନ । ଏଖବର ଶୁଣି ସ୍ତ୍ରୀ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଲା। ଚାରିପଟ ଅନ୍ଧକାର ଦେଖାଯିବାରୁ ସ୍ତ୍ରୀ ଚରମ ନିଷ୍ପତ୍ତି ନେଇ ବିଷ ପିଇଦେଲା।

Advertisment

ଏପରି ଏକ ଦୁଃଖ ଘଟଣା କେନ୍ଦୁଝର ଭୂଇଁୟା ଜୁଆଙ୍ଗ ପୀଢ଼ ଫରେଷ୍ଟ ରେଞ୍ଜ ଅଂଚଳରେ ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗାଁର ଚାଷୀ ଦେବାଦି ବାରିକ।

ଗତକାଲି ହାତୀପଲ ଗୋବିନ୍ଦପୁରରେ ଫସଲ ନଷ୍ଟ କରୁଥିବାବେଳେ ଗ୍ରାମବାସୀ ହାତୀଙ୍କୁ ଘଉଡ଼ାଉଥିଲେ। ଏହି ସମୟରେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ଦେବାଦି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ତେବେ ସ୍ବାମୀଙ୍କ ଏପରି ଅଚାନକ ମୃତ୍ୟୁକୁ ତାଙ୍କ ପତ୍ନୀ ସହଜେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ଆଖିରୁ ଲୁହ ଶୁଖୁନି। ସ୍ବାମୀଙ୍କ ବିନା କିପରି ପରିବାର ଚଳାଇବେ ସେହି ଚିନ୍ତା ତାଙ୍କୁ ଘାରିଲା ଓ ସେ ଚରମ ନିଷ୍ପତ୍ତି ନେଲେ।

ଗତକାଲି ସ୍ବାମୀଙ୍କ ମୃତ୍ୟୁ ପରେ ଆଜି ସକାଳୁ ଦେବାଦୀଙ୍କ ପତ୍ନୀ ରୁକ୍ମିଣୀ ବାରିକ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Elephant Suicide Attempt Elephant Attack Keonjhar Otv Odisha
Advertisment
Advertisment