• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଲାଙ୍ଗିର କଣ୍ଟାବାଞ୍ଜି ଅଂଚଳରେ ହାତୀ ଆକ୍ରମଣରେ ମୃତ ଜଣେ ସାଧାରଣ ବ୍ୟକ୍ତିଙ୍କୁ ବନ କର୍ମଚାରୀ ଓ ଗଜସାଥୀ କହିବା ପଛର କାରଣ କଣ? ବଲାଙ୍ଗିର DFO ଓ ସ୍ଥାନୀୟ ଫରେଷ୍ଟର କାହିଁକି ଗଣମାଧ୍ୟମକୁ ଦେଇଥିଲେ ମିଛ ତଥ୍ୟ? ଗତକାଲି ବାନ୍ଧନପାଲି ଗାଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଓ ଦୁଇ ବନ କର୍ମଚାରୀ ଆହତ ହେବା ଘଟଣାରେ କାଲି ଆଜି ଭିତରେ DFO ଓ ଫରେଷ୍ଟର ଦୁଇ ପ୍ରକାର ବୟାନକୁ ନେଇ ଏବେ ହରଡ଼ଘଣାରେ ବନ ବିଭାଗ । ଏ ସମ୍ପର୍କରେ ଫରେଷ୍ଟର ମୁହଁ ଖୋଲି ନଥିବା ବେଳେ DFO କହିଛନ୍ତି ଇନକ୍ୱାରୀ ହେବ ।

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ନେଇ ବଲାଙ୍ଗିର DFOଙ୍କ ମୁହଁରେ ଦୁଇଟି କଥା । କାଲି କହିଥିଲେ ଆମ କର୍ମଚାରୀ, ଆଉ ଆଜି କହୁଛନ୍ତି ସାଧାରଣ ଲୋକ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ଢୋଲମାଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ନିକଟରେ କାଲି ଏକ ଦନ୍ତାକୁ ଘଉଡାଇବା ବେଳେ ତା ହାବୁଡ଼ରେ ପଡ଼ିଥିଲେ ତିନି ଜଣ । ଦନ୍ତା ଆକ୍ରମଣରେ ଆହତ ହୋଇଥିଲେ ପାରା ସ୍କ୍ୱାର୍ଡ ପ୍ରଶାନ୍ତ ନାଏକ, ବନ କର୍ମଚାରୀ ତାରେଶ୍ୱର ରଣା ଏବଂ ଅନ୍ୟଜଣେ ରୁପେଶ ଛତ୍ରିଆ ।

ଅଧିକ ପଢ଼ନ୍ତୁ: ନୌବୀରଙ୍କ ରଣ ହୁଙ୍କାର; ଥରିଲା ମେଦିନି, ଉଛୁଳିଲା ସମୁଦ୍ର, ଚିରିଲା ଆକାଶର ଛାତି

ଏ ଘଟଣା ପରେ ଗଣମାଧ୍ୟମକୁ ତୁରନ୍ତ ସୂଚନା ଦେଇଥିଲେ ଲର୍କି ଫରେଷ୍ଟର ସୁନୀଲ ଛତ୍ରିଆ । କହିଥିଲେ ୩ ଜଣଙ୍କ ମଧ୍ୟରୁ ଗୁରୁତର ଆହତ ଥିବା ରୂପେଶ ଜଣେ ଗଜସାଥୀ । ପରେ ପରେ ବଲାଙ୍ଗିର ଡିଏଫଓ ବି ଆହତ ୩ ଜଣଙ୍କୁ ବନ ବିଭାଗର କର୍ମଚାରୀ ବୋଲି ସଷ୍ଟ କରିଥିଲେ । କାଲି ରାତି ପ୍ରାୟ ୯ଟା ବେଳେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ ରୂପେଶ ।

ଏ ଘଟଣା ପରେ ଲର୍କି ଫରେଷ୍ଟର ସୁନୀଲ ଛତ୍ରିଆ ମୃତ ରୂପେଶ ଛତ୍ରିଆଙ୍କୁ ଜଣେ ଗଜସାଥୀ ବୋଲି ଦର୍ଶାଇଥିଲେ । ତେବେ ଗତକାଲି ଓ ଆଜି ଭିତରେ ବଦଳି ଯାଇଛି ଘଟଣାର ଦୃଶ୍ୟପଟ୍ଟ । ମୃତ ରୂପେଶ ଛତ୍ରିଆ ବନ କର୍ମଚାରୀ ନଥିଲେ ବରଂ ସାଧାରଣ ଲୋକ ଥିଲେ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଡିଏଫଓ । ସେପଟେ ଫରେଷ୍ଟର ସୁନୀଲ ଛତ୍ରିଆ ଗଣମାଧ୍ୟମଠୁ ଦୂରେଇ ରହିଥିବା ବେଳେ ଘଟଣା ସମ୍ପର୍କରେ ସଫେଇ ରଖିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ ।

ତେବେ ଏଠି ପ୍ରଶ୍ନ ଉଠୁଛି, ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ କି ରୂପେଶ ଛତ୍ରିଆ? ଯଦି ହଁ, ତେବେ ତାଙ୍କୁ କେଉଁ ଅଧିକାରୀ ଏଭଳି କାର୍ଯ୍ୟରେ ନିୟୋଜିତ କରିଥିଲେ ? ଲର୍କୀର ଫରେଷ୍ଟର ଥିବା ରୂପେଶଙ୍କ ସମ୍ପର୍କୀୟ ଭାଇ ସୁନୀଲ ଛତ୍ରିଆ, ରୂପେଶଙ୍କୁ ଗତକାଲି ଗଜସାଥୀ ବୋଲି କହିବା ପଛର କାରଣ କଣ ? କେଉଁ ଆଧାରରେ ରୂପେଶଙ୍କୁ କାଲି ବନ କର୍ମଚାରୀ ବୋଲି କହିଥିଲେ ଡିଏଫଓ ? ଏସବୁ ପ୍ରଶ୍ନ ଭିତରେ ମୃତ ରୂପେଶ ସଂପକୀୟ ଭାଇ ସୁନୀଲଙ୍କ ଛତ୍ରିଆଙ୍କ ପାଇଁ ପ୍ରକ୍ସି ଡ୍ୟୁଟି କରୁଥିବା କଥା ବି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ମାଟି ତଳେ ରଖିଥିଲେ ସାରା ଜୀବନ ପୁଞ୍ଜି, ଖୋଳିଲା ପରେ ବାହାରିଲା କିନ୍ତୁ...

 

OTV is now on Whatsapp

Join and get latest news update delivered to you via whatsapp

Join Now