/odishatv-khabar/media/media_files/2026/01/22/elephant-death-2026-01-22-09-54-07.jpg)
Elephant Death Photograph: (OTV)
ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ମୃତ ହାତୀ ଗାଏବ ଘଟଣାରେ ବଢୁଛି ସସପେନ୍ସ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତହଁସିର ଡ୍ୟାମ୍ ନିକଟରୁ ମିଳିଛି।
ସୂଚନା ଅନୁସାରେ, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍ ଓ ଏହି ଘଟଣାର ତଦନ୍ତ କରୁଥିଲେ।
ବୁଧବାର ଯୁଗ୍ମ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍ ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ। ହାତୀ ଶବ ପୋତିବା ଘଟଣାରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ।
ଏହି ଅପରେସନ୍ କୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍ ବ୍ୟାରିକେଡ୍ କରି ରଖିଥିଲେ। ଜେସିବି ଦ୍ୱାରା ମାଟି କଢ଼ାଯାଇ ୭ ଫୁଟ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ। ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି। ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା।
କନ୍ଧମାଳର ବହୁଚର୍ଚ୍ଚିତ ହାତୀ ମୃତଦେହ ଗାୟବ ଘଟଣା
କଳାହାଣ୍ଡି ଜିଲ୍ଲାରୁ ମିଳିଲା ମୃତ ହାତୀର ଖଣ୍ଡ ବିଖଣ୍ଡିତ ଦେହ
କେସିଙ୍ଗା ତହଁସିର ଡ୍ୟାମ୍ ନିକଟରୁ ମିଳିଲା ମୃତ ହାତୀର ଖଣ୍ଡ ବିଖଣ୍ଡିତ ଦେହ
ନିଲମ୍ବିତ ରେଞ୍ଜରଙ୍କ ଘର କନ୍ତେସିର ନିକଟ ତହଁସିର ଡ୍ୟାମ୍ ନିକଟରୁ ମିଳିଲା
୭ ଫୁଟ ମାଟି ତଳୁ ମୃତଦେହ ଉଦ୍ଧାର କଲେ ବିଶେଷଜ୍ଞ ଟିମ୍
ଉଦ୍ଧାର ସ୍ଥଳରେ ଶବ ବ୍ୟବଚ୍ଛେଦ ଜାରି ରହିଥିବା ସୂଚନା
ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ବିନୟ ବିଶିଙ୍କୁ ନିଲମ୍ବନ କରାଯାଇଛି
Hyva Truck Rams Passenger Auto: ଅଟୋକୁ ପିଟିଲା ହାଇୱା, ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ICC rejects Bangladesh plea: ICCର ଚରମବାଣୀ; ଭାରତରେ ଖେଳ, ନହେଲେ ବିଦା

Missing Schoolboys Rescued: ନିଖୋଜ ୪ ନାବାଳକ ଉଦ୍ଧାର ବାନାହୁଳୀରୁ ଠାବ କଲେ ଗାଁ ଲୋକେ

Grand Inaugurations Lined Up: ସଜେଇ ହେଲାଣି ନେତାଜୀଙ୍କ ଜନ୍ମସ୍ଥାନ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)