Advertisment

Justice for Elephant: କନ୍ଧମାଳ ହାତୀ ମୃତ୍ୟୁ ଘଟଣା, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୀତି ନିୟମ ଅନୁସାରେ ଏସିଏଫମାନେ ତଦନ୍ତ କରୁଛନ୍ତି। ଯେଉଁ ଅଧିକାରୀ ମାନେ ଜାଣିଶୁଣି ଏଭଳି କାମ କରିଛନ୍ତି, ବିଭାଗରେ ଯେଉଁ ଅସାମାଜିକ ବ୍ୟକ୍ତିମାନେ ରହିଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆହେବ ।

author-image
Tapan Swain
ELEPHANT DEATH

ELEPHANT DEATH Photograph: (OTV)

କନ୍ଧମାଳ ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। କହିଛନ୍ତି, ଘଟଣାରୁ ନେଇ ତତ୍ପର ରହିଛି ବନ ବିଭାଗ। ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ। ବିଧି ବ୍ୟବସ୍ଥା ଅନୁଯାୟୀ ଟିମ୍ ଗଠନ କରାଯାଇଛି, କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଯେଉଁ ଜେସିବି ସାହାଯ୍ୟରେ ଖୋଳାଯାଇଛି ସେହି ଜେସିବିକୁ ସିଜ୍ କରିବା ସହ ୧୦ଜଣଙ୍କୁ ଗିରଫ କରାଯାଇଛି। ନୀତି ନିୟମ ଅନୁସାରେ ଏସିଏଫମାନେ ତଦନ୍ତ କରୁଛନ୍ତି। ଯେଉଁ ଅଧିକାରୀ ମାନେ ଜାଣିଶୁଣି ଏଭଳି କାମ କରିଛନ୍ତି, ବିଭାଗରେ ଯେଉଁ ଅସାମାଜିକ ବ୍ୟକ୍ତିମାନେ ରହିଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆହେବ । ....

ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ସଂଘାତିକ କାଣ୍ଡ ହୋଇଛି। ହାତୀକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିବା ଖବର ସତ ବୋଲି କହିଥିଲେ ବାଲିଗୁଡ଼ା ଡିଏଫ୍ଓ। କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ବନାଞ୍ଚଳରୁ ହାତୀ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ତଥ୍ୟ।

Advertisment

ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବା ପାଇଁ ବନ କର୍ମଚାରୀ ମୃତ ହାତୀକୁ ଖଣ୍ଡ ଖଣ୍ଡ କାଟି ଅନ୍ୟ ସ୍ଥାନରେ ପୋତି ଦେଇଛନ୍ତି । ଏନେଇ ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ଓଟିଭି ଆଗରେ ସତ ବୋଲି ମାନିଛନ୍ତି । ଝିରିପାଣି ଅଞ୍ଚଳରେ ଘଟିଛି ଏହି ଘଟଣା ।

ବନ୍ୟ ପ୍ରାଣୀ ସୁରକ୍ଷାରେ ନିୟୋଜିତ ଥିବା ଫରେଷ୍ଟର, ରେଞ୍ଜର ଓ ହୋମଗାର୍ଡ ଏଥିରେ ସାମିଲ ଥିବା ଜଣାପଡିଛି । ଗତ ୫ ତାରିଖରେ ହାତୀର ମୃତ୍ୟୁ ପରେ ଘଟଣାକୁ ଚପାଇବା ପାଇଁ ବେଲଘର ବନ କର୍ମଚାରୀ ପ୍ରୟାସ କରି ଏବେ ହରଡ଼ ଘଣାରେ ପଡ଼ିଛନ୍ତି ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପ୍ରତିକ୍ରିୟା 

ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ 
ଘଟଣାକୁ ନେଇ ତତ୍ପର ଅଛି ବନ ବିଭାଗ 
ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ: ମନ୍ତ୍ରୀ 

Ganesh Ram Singhkhuntia Elephant Death
Advertisment
Related Articles
Advertisment