/odishatv-khabar/media/post_attachments/uploadimage/library/16_9/16_9_0/aa_1737962929.jpg)
Elephant Death In Sambalpur
ସମ୍ବଲପୁର ବନଖଣ୍ଡର ସଦର ରେଞ୍ଜ ଅନ୍ତର୍ଗତ ଖସୁଆପାଲି ଗାଁ ନିକଟସ୍ଥ ଲାବଡେରା ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି ହାତୀର ମୃତଦେହ । ତେବେ ଦନ୍ତା ହାତୀର ଦାନ୍ତ ସୁରକ୍ଷିତ ରହିଛି । ତେଣୁ ହାତୀ ଟି କେମିତି ମଲା ତାହା ସ୍ପଷ୍ଟ ହୋଇ ନାହିଁ । ବାହ୍ୟ ଶରୀରରେ କୌଣସି କ୍ଷତ ଚିହ୍ନ ଦେଖାଯାଉନାହିଁ | ତେବେ ହାତୀଟି ଗୋଟିଏ କଡ଼କୁ ପଡି ରହି ଥିବାରୁ ବିପରୀତ ପାର୍ଶ୍ଵରେ କିଛି କ୍ଷତ ଚିହ୍ନ ଅଛି କି ନାହିଁ ତାହା ସୃଷ୍ଟ ହୋଇନାହିଁ । ମୃତ ଦନ୍ତାର ବୟସ ୨୦ ବର୍ଷ ବୋଲି ଜଣାପଡିଛି । ହାତୀର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ହାତୀଟିକୁ କେହି ଶିକାର କରିନଥିବା ଅନୁମାନ କରାଯାଉଛି । ତେବେ ହାତୀଟି ଏତେ କମ୍ ବୟସରେ କାହିଁକି ଏବଂ କେମିତି ମୃତ୍ୟୁବରଣକଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ମିଳିଛି । DFOଙ୍କ କହିବା ଅନୁସାରେ ହାତୀର ଶରୀରଟି ସତେଜ(Fresh) ରହିଛି । ଜଏଣ୍ଟ ଟାସ୍କ ଫୋର୍ସ ଉପସ୍ଥିତିରେ ହାତୀର ଶବ ବ୍ୟବଚ୍ଛେଦ କରାଯିବ । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି । ଜଙ୍ଗଲ ଭିତରେ ଲୋକମାନେ ହାତୀର ଶବଟିକୁ ୧୦ ଟା ସମୟରେ ଦେଖିବାକୁ ପାଇଥିଲେ । ରାଜ୍ୟରେ ଅନେକ ସମୟରେ ଶିକାରୀମାନେ ହାତୀଦାନ୍ତ ପାଇଁ ଦନ୍ତା ହାତୀକୁ ହତ୍ୟା କରିଥାନ୍ତି । କିନ୍ତୁ ଉକ୍ତ ହାତୀର ମୃତଶରୀରକୁ ଦେଖିବାପରେ ହାତୀଟିକୁ ଶିକାର ଉଦ୍ଦେଶ୍ୟରେ ହତ୍ୟା କରାଯାଇନଥିବା ନେଇ ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)