/odishatv-khabar/media/post_attachments/uploadimage/library/16_9/16_9_0/Durga_Puja_1664813146.jpg)
Durga Puja
ଆଜି ମହାମାୟାଙ୍କ ମହାଷ୍ଟମୀ ମାଆଙ୍କ ପୂଜା ଆରାଧନାର କମ୍ପୁଛି ପୂଜା ମଣ୍ଡପ। ଏପଟେ ଶାରଦୀୟ ଦୂର୍ଗାପୂଜାର ଅନ୍ୟତମ ଆକର୍ଷଣ ପୂଜା ମଣ୍ଡପର ସୁଦୃଶ୍ୟ ତୋରଣ। ବର୍ଷ ବର୍ଷ ଧରି ପୂଜା ପେଣ୍ଡାଲରେ ଏ ଟ୍ରେଣ୍ଡ୍ ଚାଲି ଆସୁଥିବା ବେଳେ ଏଥର ବି ନୂଆ ନୂଆ ଥିମକୁ ନିର୍ମାଣ ହୋଇଛି ଆଖି ଝଲସିଲା ଭଳି ତୋରଣ। କଟକ ହେଉ କି ଭୁବନେଶ୍ୱର, ସବୁଠି ଭିନ୍ନ ଭିନ୍ନ କନସେପ୍ଟକୁ ନେଇ ହୋଇଛି ଏକ୍ପପେରିମେଣ୍ଟ। କୋଉ ମଣ୍ଡପରେ କଣ ରହିଛି ଏବେ ଜାଣିବା...
ସବୁ ବର୍ଷ ଭଳି ଏ ବର୍ଷ ବି ଟୁଇନ ସିଟିର ବିଭିନ୍ନ ପୂଜା ପେଣ୍ଡାଲରେ ତୋରଣକୁ ନେଇ ପ୍ରତିଯୋଗିତା ଓ ପରୀକ୍ଷା ନିରୀକ୍ଷା। ରାଜଧାନୀରେ ଚର୍ଚ୍ଚିତ ତଥା ସ୍ବତନ୍ତ୍ର ପୁରୁଣା ଷ୍ଟେସନ୍ ବଜାର ପୂଜା ମଣ୍ଡପ, ସବୁବେଳେ ଚିତ୍ତାକର୍ଷକ ସାଜସଜ୍ଜାକୁ ପ୍ରାଧାନ୍ୟ ଦେଉଥିବା ଏବର୍ଷ ପୂଜା ମଣ୍ଡପର ଥିମ୍ ରହିଛି ବାରାଣସୀର ଗଙ୍ଗାଘାଟ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ମାଙ୍କୁ ଦର୍ଶନ ବେଳେ ଯେଭଳି ଗଙ୍ଗାଘାଟ ଅନୁଭବ ନେବେ, ସେଥିପାଇଁ ଚେଷ୍ଟା କରିଛନ୍ତି ଆୟୋଜକ। ଇଏ ଅଯୋଧ୍ୟା ନୁହେଁ, କିନ୍ତୁ ଅବିକଳ ରାମ ମନ୍ଦିରର ଭ୍ରମ ସୃଷ୍ଟି କରୁଥିବା ତୋରଣ ସହିଦ ନଗର ପୂଜା ମଣ୍ଡପର ଏବର୍ଷ ରାମ ମନ୍ଦିରର ଥିମ୍ ଆଣି, ତାକୁ ନିଖୁଣ ଭାବେ ଉପସ୍ଥାପନ କରିଛନ୍ତି ପୂଜା ମଣ୍ଡପ କର୍ତ୍ତୃପକ୍ଷ।
ସେହିଭଳି ଦିଲ୍ଲୀର ଐତିହାସିକ ଅକ୍ଷରାଧମ ମନ୍ଦିରର ଡିଜାଇନକୁ ନକଲ କରିଛି ରସୁଲଗଡ଼ ପୂଜା ମଣ୍ଡପ। ଏଠି ତୋରଣ ବାହାରର ଦୃଶ୍ୟ ଯେତିକି ସୁନ୍ଦର, ତାଠୁ ଅଧିକ ଆକର୍ଷଣୀୟ ଭିତରର କାରିଗରୀ। ସେହିଭଳି ବରମୁଣ୍ଡାରେ ରାଜସ୍ଥାନର ଯୋଦ୍ଧପୁର ରାଜପ୍ରାସାଦ ଆଉ ବମିଖାଲରେ ମହୀଶୁରର ଲଳିତା ମହଲର ଛାପ ଦେଖିବାକୁ ମିଳିଛି।
ଏପଟେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ମାଆଙ୍କ କମନୀୟ ମୃଣ୍ମୟୀ ମୂର୍ତ୍ତି ସୁନା-ଚାନ୍ଦିରେ ଝଟକିବା ସହ ସୁନା-ଚାନ୍ଦୀ ମେଢ଼ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲେ ବି ପୂଜା କମିଟିଗୁଡ଼ିକ ତୋରଣ ସାଜସଜ୍ଜାକୁ ବି ଦେଇଛନ୍ତି ସମାନ ଗୁରୁତ୍ୱ। ଚଳିତ ବର୍ଷ ଖାନନଗର ପୂଜା ମଣ୍ଡପ ତୋରଣକୁ ଜାମ୍ମୁ ଓ କାଶ୍ମୀର ପ୍ରସିଦ୍ଧ ଅମରନାଥ ମନ୍ଦିର ଢାଞ୍ଚାରେ ସଜାଇଛନ୍ତି ଶିଳ୍ପୀ। ଏଠାକୁ ଆସୁଥିବା ଦର୍ଶକେ ଯେଭଳି ବରାଫାବୃତ ଅମରନାଥ ମନ୍ଦିରର ଅନୁଭବ ପାଇପାରିବେ, ସେଥିପାଇଁ ଯଥେଷ୍ଟ ଉଦ୍ୟମ କରିଛନ୍ତି ପୂଜା କମିଟି କର୍ତ୍ତୃପକ୍ଷ। ଏପଟେ ବାଦାମବାଡ଼ିରେ ଏ ବର୍ଷ ଦେଖିବାକୁ ମିଳିଛି ବାହୁବଳି ଷ୍ଟାଇଲର ତୋରଣ। ତେଲୁଗୁ ମୁଭି ବାହୁବଳି ସେଟର କ୍ରେଜ୍ ଏଯାଏଁ ଦର୍ଶକଙ୍କ ମନରୁ ଲିଭିଥିବାରୁ ତାକୁ ଏଥର ପୂଜା ମଣ୍ଡପରେ ସ୍ଥାନ ଦେଇଛି ବାଦାମବାଡ଼ି ପୂଜା କମିଟି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)