• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରିଲା ମାଆଙ୍କ ନବଦିନାତ୍ମକ ଲୀଳା । ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା । ଭସାଣ ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାଆଙ୍କ ମେଲାଣି ଦେବା ପାଇଁ ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୃତ୍ରିମ ଜଳାଶୟ ବ୍ୟବସ୍ଥା କରାଯାଇଛି ।

ରାଜଧାନୀ ଭୁବନେଶ୍ୱର ରେ ଭସାଣି ପାଇଁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭୁବନେଶ୍ୱର ୩ଟି ଭସାଣ କମିଟି ରହିଛି ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ୍ କରାଯାଇଛି । ଭସାଣ ଉତ୍ସବ ବେଳେ ଟ୍ରାଫିକ ବ୍ୟବସ୍ଥା ଯେପରି ବ୍ୟାହତ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ୩ ଜଣ ଅତିରିକ୍ତ ଡିସିପି ଭସାଣ ଦାୟିତ୍ୱରେ ରହିଛନ୍ତି । ଭସାଣ ସମୟରେ ବିଭିନ୍ନ ମେଢ ସହ ଯାଉଥିବା ଡିଜେ୍ ମ୍ୟୁଜି୍କର ଶବ୍ଦ ୬୫ ଡେସିବେଲରୁ ଅଧିକ ହେବ ନାହିଁ ବୋଲି କଡା ନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୋଲିସ ।

ଅଧିକ ପଢନ୍ତୁ: ବିଜୟା ଦଶମୀରେ ପ୍ରଫୁଲ୍ଲିତ ଚଉଦିଗ; କେଉଁଠି ଦହିପଖାଳ, କେଉଁଠି ମାଛ ଭୋଗ

ସେହିପରି କଟକ ରେ ଭସାଣ ଉତ୍ସବ ଲାଗି ନଦୀ ପଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ୩ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି । କଟକ ଦେବୀଗଡ଼ାରେ ୧୭୨ଟି ମେଢ଼ ବିସର୍ଜନ କରାଯିବ କରୋନା କଟକଣା ହଟିବା ପରେ ବେସ୍ ଜାକଜମକର ସହ ଏଥର ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ।

ଅନ୍ୟପଟେ ଗତକାଲି ବିଜୟା ଦଶମୀର ଅବସରରେ ରାଜଧାନୀର ଧୂମଧାମରେ ପାଳିତ ହୋଇଛି ରାବଣ ପୋଡ଼ି ଉତ୍ସବ। ସହରରେ ୪ଟି ସ୍ଥାନରେ ହୋଇଥିଲା ରାବଣ ପୋଡ଼ି ଉତ୍ସବ। ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା ଓ କୋରଡ଼କଣ୍ଟା ପୂଜା ମଣ୍ଡପରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାବଣ ପୋଡ଼ି ଦେଖିବାକୁ ଏହିସବୁ ସ୍ଥାନରେ ପ୍ରବଳ ଜନସମାଗମ ହୋଇଥିଲା ।

ଏହି ଅବସରରେ ଆକର୍ଷଣୀୟ ରଙ୍ଗୀନ ଆତସବାଜୀ ସୋ ଦେଖିବାକୁ ମିଳିଥିଲା ରାବଣ ପୋଡ଼ି ଉତ୍ସବ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ସେହିଭଳି ଅଘଟଣ ଏଡ଼ାଇବାକୁ ପୋଲିସ ଗାଇଡଲାଇନ୍ ବି ଜାରି କରିଥିଲା । ତେବେ ରାବଣ ପୋଡ଼ି ଉତ୍ସବ ବେଳେ ମଝିରେ ମଝିରେ ବର୍ଷା ଉତ୍ସବକୁ ସାମାନ୍ୟ ଫିକା ପକାଇ ଦେଇଥିଲା । ବରମୁଣ୍ଡାରେ ରାବଣ ପୁତ୍ତଳିକା ବର୍ଷାରେ ଓଦା ହୋଇଯିବାରୁ କିଛି ସମୟ ପାଇଁ ରାବଣ ପୋ଼ଡ଼ି ଉତ୍ସବ ପ୍ରଭାବିତ ହୋଇଥିଲା । ଏହାସତ୍ତ୍ୱେ ଏଠାରେ ପ୍ରବଳ ଲୋକ ଗହଳି ଦେଖିବାକୁ ମିଳିଥିଲା ।