Advertisment

ଭାଙ୍ଗିଲା ଡମଣା ପୂଜା ମଣ୍ଡପ ତୋରଣ

ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pandal Gate Of Damana Puja Committee In Bhubaneswar Collapses

Pandal Gate Of Damana Puja Committee In Bhubaneswar Collapses

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଯାହାକି ପୂଜାର ମାହୋଲକୁ ଫିକା କରିଛି। ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି।

Advertisment

ଆଜି ଟ୍ୱିନ୍‌ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷାରେ ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯିବାରୁ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ଗେଟ୍ ପଡ଼ିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Advertisment

ସୂଚନାଥାଉ କି, ଲଘୁଚାପ କ୍ଷେତ୍ର ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ଆନ୍ଧ୍ରଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ,ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲା କାକଟପୁରରେ ସର୍ବାଧିକ ୧୬୦ ମି.ମି. ବର୍ଷା ରେକର୍ଡ ହୋଇଛି। ସେହିପରି ଅସ୍ତରଙ୍ଗରେ ୧୪୪ ମି.ମି., ଗୋପରେ ୧୦୫.୨ ମି.ମି., ଜଗତସିଂହପୁର ଜିଲ୍ଲା ବାଲିକୁଦାରେ ୧୪୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ୧୨୦ ମି.ମି. ବର୍ଷା ରେକର୍ଡ କରାଯାଇଛି। 

Durga Puja 2022
Advertisment
Advertisment