• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dhenkanal

elephant-1
ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]

bomb blast
ଘର ଭିତରେ ଫୁଟିଲା ବୋମା

ଢ଼େଙ୍କାନାଳ: ଘର ଭିତରେ ବୋମା ଫୁଟି ଗୋଟିଏ ପରିବାରର ୪ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଗନ୍ଦି‌ଆ ବ୍ଲକ ଝାରଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହାତୀ ଘଉଡ଼ାଇବାକୁ ଘରେ ଏକ ବୋମା ରଖାଯାଇଥିଲା। ଶିଶୁଟି ଜାଣି ନ ପାରି ବୋମାଟିକୁ ଗଡ଼ାଇ ଦେଇଥିଲା। ଫଳରେ ବୋମାଟି ଫୁଟି ଯାଇଥିଲା। ବିସ୍ଫୋରଣରେ ଜଣେ ଶିଶୁ ସମେତ ଜଣେ ବୃଦ୍ଧ ଓ ପରିବାର ଅନ୍ୟ ଦୁଇ ସଦସ୍ୟ […]

elephant
ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡରେ ପଡିଥିଲେ। ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ହାତୀଟି ଆଖପାଖ ଅଞ୍ଚଳରେ ବୁଲୁଛି। ତା ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି। ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ […]

elephant killed man
ଦଳିଦେଲା ଦନ୍ତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଙ୍ଗୁରିସିଂ ଗାଁର ବରଜୁ ସାହୁ(୬୦)। ଆଜି ସକାଳେ ବରଜୁ ବାଇଗଣ ତୋଳିବାକୁ କ୍ଷେତକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗୁରିସିଂ ଠାରେ ଲୋକେ କଟକ-ଅନୁଗୋଳ ରାସ୍ତା ଅବରୋଧ କରିଛନ୍ତି। ଏହି ଅଞ୍ଚଳରେ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସଦର […]

dhenkanal
ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ସଦସ୍ୟଙ୍କ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ମୋଟଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରର ୩ ସଦସ୍ୟଙ୍କ ଅକାଳ ବିୟୋଗ। ଆଜି ଭୋରରୁ ୫୫ ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ନବଭାରତ ଛକରେ ଏହି ଦୁର୍ଘଟଣା ଘଟିଛି। କାର ଉପରେ ଏକ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ତିନି ଜଣ ହେଲେ ଗୋବିନ୍ଦ ତ୍ରିପାଠୀ, ତାଙ୍କ ପତ୍ନୀ ମୋନାଲିସା ତ୍ରିପାଠୀ ଏବଂ ପୁଅ ସୌରଭ ତ୍ରିପାଠୀ। ତାଳଚେର ବଲଣ୍ଡା ଅଞ୍ଚଳର ଏହି […]

representational image
କେନାଲରେ କାମ କଲାବେଳେ ଦଳିଦେଲା ଦନ୍ତା

ଢ଼େଙ୍କାନାଳ: ପୁଣି ମଣିଷକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗଉଡ଼କାଟେଣୀ କେନାଲରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।  ଗୌଡ଼କାଟେଣୀରେ ନିକଟରେ ଥିବା କେନାଲରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ ହାତି ଦଳି ମାରି ଦେଇଥିବା ଜଣାପଡିଛି।  ମୃତ ଶ୍ରମିକ ଜଣଙ୍କ ଘର କଟକ ଜିଲ୍ଲା ବାଙ୍କୀ ବରମପୁର ଗାଁରେ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ୨ […]

bjd
ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ଷଡ଼ଯନ୍ତ୍ରକାରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସୁବାସ ଖୁଣ୍ଟିଆକୁ ଆଳତୁମା କଇଁବିଲ ନିକଟରୁ ଗିରଫ କରିଛି। ସୁବାସ ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ବୋଲି ଜଣାପଡିଛି। ସେ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥର ସହଯୋଗୀ ଭାବେ କାମ କରୁଥିଲା। ପୋଲିସ ସୁବାସ ନିକଟରୁ ମୋବାଇଲ ଫୋନ ଜବତ କରିଛି। ପୂର୍ବରୁ ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ପୋଲିସ […]

two killed in jumbo attacks
୨ ଜଣଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ: ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ଦେଲା ହାତୀ।  ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଆଜି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଗଁଦିଆ ଥାନା ଦାମଦରନାଳି ଗାଁରେ ନିରଞ୍ଜନ ମହାନ୍ତି ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ତାଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।  ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। […]

bjd
ଯୁବ ବିଜେଡି ସଭାପତି ହତ୍ୟା ମାମଲାରେ ୨ ଗିରଫ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ଢେଙ୍କାନାଳ ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବୋଲି ସୂଚନା ମିଳିଛି। କାମାକ୍ଷାନଗର ବଜାରରେ ୪ରୁ ଅଧିକ ଦୁର୍ବୃତ୍ତ ଏକ ଚୋରା ବୋଲେରୋ ଗାଡ଼ିରେ ଆସି ଯଶୋବନ୍ତଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

strike in dkl
ଢେଙ୍କାନାଳ ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ  ହତ୍ୟା ଘଟଣାର ପ୍ରତିବାଦ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ  କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ  ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ଅବରୋଧ ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି। ଏପଟେ ଏହି ଘଟଣା ନେଇ ପୋଲିସ  ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ  ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା […]

Jashobant Parida
ଢ଼େଙ୍କାନାଳ ଯୁବ ବିଜେଡ଼ି ନେତାଙ୍କୁ ହତ୍ୟା ଘଟଣା: ଜଣେ ଅଟକ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣା ନେଇ ପୋଲିସର ତନାଘନା। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ତେବେ ଏଯାଏ ହତ୍ୟାକାରୀଙ୍କ ସଂପର୍କରେ କିଛି ବି ଟେର ପାଇନି ପୋଲିସ। ଗତକାଲି କାମାକ୍ଷାନଗରରେ ନିର୍ମାଣାଧିନ ଘର କାମ ଦେଖି ନିଜର ଔଷଧ ଦୋକାନକୁ କାରରେ ଫେରୁଥିବା ବେଳେ ଯଶୋବନ୍ତଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ପ୍ରାଣ ବିକଳରେ କାରରୁ […]

dkl
ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ଗୁଳିକାଣ୍ଡ।  ଦୁର୍ବୃତ୍ତଙ୍କ ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଯଶୋବନ୍ତଙ୍କ ମୁଣ୍ଡରେ ଏକ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି।  ଆଜି ମେଡିକାଲ ରାସ୍ତାରେ ଯିବାବେଳେ ତାଙ୍କୁ ପିଛା କରିଥିଲେ।  ତାଙ୍କ କାରକୁ ପିଛା କରି ୮ ବୋମା ଓ ୫ ରାଉଣ୍ଡ ଗୁଳି ମାରିଥିବା […]

Odisha Youth
ବିଦେଶରୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

Enginer
କରୋନା ପାଇଁ ଗାଁକୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

Roxy
ବିପଦକୁ ଆଗୁଆ ବାରିପାରିଲା ରକ୍ସି, ମାଲିକ ଆଉ ଗାଁ ଲୋକଙ୍କ ବଞ୍ଚାଇଲା ଜୀବନ

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): କୁହାଯାଏ ମଣିଷ ଆଉ କୁକୁର ଅତି ନିକତର ବନ୍ଧୁ । କୁକୁର ନିଜ ମାଲିକ ପ୍ରତି କେବେ ବି ଧୋକା ଦେଇନଥାଏ । ଆହୁରି କୁହାଯାଏ ପଶୁମାନେ ଆସୁଥିବା ବିପଦକୁ ଆଗୁଆ ବାରିପାରନ୍ତି । ଠିକ୍ ଏମିତି ଏକ…