Advertisment

Gender Discrimination: ଏ କି ପ୍ରକାର ମାନସିକତା! ପୁଅ ଜନ୍ମ ହେଲାନି ବୋଲି ୫ ଝିଅ ସହ ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ

ଢେଙ୍କାନାଳ ଜିଲ୍ଲା ଭୁବନରେ ମଧ୍ୟଯୁଗୀୟ ମାନସିକତା। ସ୍ତ୍ରୀ ଓ ପିଲାଙ୍କୁ ଘରୁ ତଡ଼ିଦେଲା ଅମଣିଷ ସ୍ବାମୀ। ପିଲାଙ୍କ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ରାତି କାଟିଲେ ମହିଳା।

author-image
Chinmayee Sahoo
Domestic Violence

Domestic Violence Photograph: (OTV)

ପୁଅ ଜନ୍ମ ହେଲାନି ବୋଲି ୫ ଝିଅ ସହ ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ। ଏଭଳି ଅମାନୁଷିକ ଓ ମଧ୍ୟଯୁଗୀୟ ମାନସିକତା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ମହିଳାଙ୍କର ପୁତ୍ର ସନ୍ତାନ ଜନ୍ମ ନହେବାରୁ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ମହିଳା ଜଣକ ନିଜର ୫ଝିଅଙ୍କ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିଲେ।

Advertisment

ସୂଚନା ଅନୁସାରେ, ୧୪ ବର୍ଷ ତଳେ ସଂପୃକ୍ତ ମହିଳା ଗୁଡ଼ିଆକାଟେଣି ଗାଁର ଚୈତନ୍ୟ ନାୟକଙ୍କୁ ବିବାହ କରିଥିଲେ । ପୁଅ ଜନ୍ମ ହେଉନଥିବାରୁ ବର୍ଷ ବର୍ଷ ଧରି ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ସ୍ବାମୀ ଚୈତନ୍ୟ । ୧୫ ଦିନ ତଳେ ସେ ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅ ଓ ସ୍ତ୍ରୀଙ୍କୁ ଘରୁ ବାହାର କରିଦେଇଛି ଅମଣିଷ ସ୍ବାମୀ।

ସାରା ରାତି ଡାକ୍ତରଖାନାରେ ଆଶ୍ରୟ ନେବାପରେ ମାନବାଧିକାର କର୍ମୀଙ୍କ ସହାୟତାରେ ତାଙ୍କୁ ସ୍ତ୍ରୀ ଓ ଛୁଆଙ୍କୁ ସୁଧାର ଗୃହକୁ ନିଆଯାଇଛି । ଏନେଇ ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଘଟଣା ନେଇ ସଂପୃକ୍ତ ସ୍ବାମୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି । 

Advertisment
Dhenkanal
Advertisment
Related Articles
Advertisment