Advertisment

One-Sided Love:ତୁ ମୋର ନହେଲେ ମାରିଦେବି

ଦେଖ୍‌... ତତେ ମୁଁ ଭଲ ପାଏ । ତତେ ହିଁ ବାହାହେବି । ଯଦି ଭଲରେ ଭଲରେ ନ ମାନିବୁ ତ ଉଠେଇ ନେବି । ନହେଲେ ଟ୍ରକ ଆଗକୁ ଠେଲି ମାରିଦେବି ।' ଏ ଥିଲା ଏକତରଫା ରୋମିଓର ଚେତାବନୀ । ଜଣେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କଲା । ମହିଳା ନ ମାନିବାରୁ ବିଚ୍‌ ରାସ୍ତାରେ ମାଡ ମାରିବା ସହ ଟ୍ରକ ଆଗକୁ ଠେଲିଦେଲା । ଏପରିକି ମହିଳାଙ୍କ ଘରେ ସାମ୍ନାରେ ଥିବା ପାଇପ୍ ଭଙ୍ଗାରୁଜା କରିବା, ପଥର ଭାଙ୍ଗି ଘର ଆଗରେ ପକାଇବା, ଘର ଲାଇଟ୍ ଖୋଲିନେବା ଆଦି ନାନା ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା ।

author-image
Manasranjan Mohanty
Youth Attacks

Youth Attacks

'ଦେଖ୍‌... ତତେ ମୁଁ ଲଭ୍ କରୁଛି । ତତେ ହିଁ ବାହାହେବି । ଯଦି ଭଲରେ ଭଲରେ ନ ମାନିବୁ ତ ଉଠେଇ ନେବି । ନହେଲେ ଟ୍ରକ ଆଗକୁ ଠେଲି ମାରିଦେବି ।'

Advertisment

ଏ ଥିଲା ଏକତରଫା ପ୍ରେମିକର ଚେତାବନୀ । ଜଣେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କଲା । ମହିଳା ନ ମାନିବାରୁ ବିଚ୍‌ ରାସ୍ତାରେ ମାଡ ମାରିବା ସହ ଟ୍ରକ ଆଗକୁ ଠେଲିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ।

ଅଭିଯୁକ୍ତର ନାଁ ପପୁ ନାୟକ । ଜଣେ ବିବାହିତ ମହିଳାଙ୍କୁ ଏକତରଫା ଭଲ ପାଉଥିଲା ପପୁ । ମହିଳାଙ୍କୁ ପ୍ରେମ ନିବେଦନ କଲା । ହେଲେ ତା' ପ୍ରେମକୁ ଗ୍ରହଣ କରିନଥିଲେ ମହିଳା । ଏଥିରେ ରାଗିଯାଇ ମହିଳାଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲା ପପୁ । ରାଗ ଏତିକିରେ କମିନଥିଲା । ୩ ସହଯୋଗୀଙ୍କ ସହ ମିଶି ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ ମାରିଥିଲା ପୁପୁ । ଏପରିକି ମହିଳାଙ୍କ ସାଙ୍ଗରେ ଥିଲା ତାଙ୍କ ବଡ଼ ଭାଇ ଓ ଭଉଣୀଙ୍କୁ ବି ମାରପିଟ୍ କରିଥିଲା । ଛୁରୀରେ ଆକ୍ରମଣ କରିବା ସହ ସେମାନଙ୍କୁ ଟ୍ରକ ଆଗକୁ ଠେଲି ଦେଇ ହତ୍ୟା ଉଦ୍ୟମ କରିଥିଲା ।

Advertisment

ଏଥିସହ ମହିଳାଙ୍କ ଘରେ ସାମ୍ନାରେ ଥିବା ପାଇପ୍ ଭଙ୍ଗାରୁଜା କରିବା, ପଥର ଭାଙ୍ଗି ଘର ଆଗରେ ପକାଇବା, ଘର ଲାଇଟ୍ ଖୋଲିନେବା ଆଦି ନାନା ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । ଏନେଇ ଟାଉନ ଥାନାରେ ଏତଲା ପରେ ପୋଲିସ ଜଣକୁ ଅଟକ ରଖିଛି । ଆଉ ୩ ଜଣ ଫେରାର୍ ଥିବାବେଳେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଏସପି ।

ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ, ଓଟିଭି...

Dhenkanal Love Affair
Advertisment
Related Articles
Advertisment