Advertisment

Ambulance: ମିଳିଲାନି ୧୦୮ ଆମ୍ବୁଲାନ୍ସ, ଚାଲିଗଲା ୩ ବର୍ଷର ଶିଶୁର ଜୀବନ

ସଠିକ୍ ସମୟରେ ମିଳିଲାନି ୧୦୮ ଆମ୍ବୁଲାନ୍ସ। ମେଡିକାଲରେ ପହଞ୍ଚିବାରେ ବିଳମ୍ବ ହେବାରୁ ଢେଙ୍କାନାଳ କଙ୍କଡାହାଡ଼ ଆମ୍ବତଇଲା ସାହିର ୩ ବର୍ଷର ଶିଶୁର ଜୀବନ ଚାଲିଯାଇଛି।

author-image
Chinmayee Sahoo
ambulance

ambulance

ସଠିକ୍ ସମୟରେ ମିଳିଲାନି ୧୦୮ ଆମ୍ବୁଲାନ୍ସ। ମେଡିକାଲରେ ପହଞ୍ଚିବାରେ ବିଳମ୍ବ ହେବାରୁ ଚାଲିଗଲା ୩ ବର୍ଷିୟ ନିରୀହ ଶିଶୁର ଜୀବନ। ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଡ଼ଙ୍ଗାପାଳ ଆମ୍ବତଇଲା ସାହିରୁ ଆସିଛି ଏଭଳି ଅଭିଯୋଗ। ମୃତ ଶିଶୁ ହେଉଛି ଆମ୍ବତଇଲା ସାହିର ଶ୍ୟାମ ମୁଣ୍ଡାଙ୍କ ପୁଅ ରାଜୁ ମୁଣ୍ଡା।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଘର ନିକଟ କେନାଲରେ ଖସି ପଡ଼ିଥିଲା ଶିଶୁଟି। ତାକୁ ଉଦ୍ଧାର ପରେ କାମାକ୍ଷାନଗର ମେଡିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ ପରିବାର ଲୋକେ। ହେଲେ ସଠିକ୍ ସମୟରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ। ଶେଷରେ ସମୟ ଅନୁସାରେ ଆମ୍ବୁଲାନ୍ସ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଯାହା ଫଳରେ ଏକ ବାଇକରେ ନେଇ ରାଜୁକୁ କାମାକ୍ଷାନଗର ମେଡିକାଲ ନେଇଥିଲେ ପରିବାର ଲୋକେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ତେବେ କାହିଁକି ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେଲା ? କେଉଁ ପରିସ୍ଥିତିରେ ଘଟିଲା ଏହି ଘଟଣା ? ସେନେଇ ଜଣା ପଡିନାହିଁ। 108 ଆମ୍ବୁଲାନ୍ସ ସେବା ପରିଚାଳନା କର୍ତ୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଯଦି ସମୟ ଅନୁସାରେ ଆମ୍ବୁଲାନ୍ସ ପହଞ୍ଚି ଯାଇ ଥାଆନ୍ତା ଏବଂ ଠିକ୍ ସମୟରେ ଶିଶୁଟିକୁ ଡାକ୍ତରଖାନା ନିଆ ଯାଇଥାଆନ୍ତା, ତାହାଲେ ହୁଏତ ଶିଶୁଟିକୁ ବଞ୍ଚାଇ ଦିଆ ଯାଇ ପାରିଥାଆନ୍ତା।

Advertisment

ଅଧିକ ପଢନ୍ତୁ: 'ସମସ୍ତେ ମିଶିକି ମୋ ଝିଅକୁ ମରିବା ପାଇଁ ବାଧ୍ୟ କରିଛନ୍ତି'

Dhenkanal 108 Ambulance
Advertisment
Advertisment