Advertisment

Dhenkanal: କାଳ ହେଲା ଲୁଚା ଛପା ପ୍ରେମ !

ପ୍ରେମିକର ଆସିବା ବାଟକୁ ଚାହିଁ ରହିଥିଲେ ପ୍ରେମିକା। ରାତିଅଧରେ ପାଚେରୀ ଡେଇଁ ପଶୁଥିଲେ ପ୍ରେମିକ। ହେଲେ ପ୍ରେମିକା ଘରେ କରେଣ୍ଟ ଦେଇ ମାରିଦେଲେ! ହଠାତ୍ ଚାଲିଗଲା ପ୍ରେମିକଙ୍କ ଜୀବନ।

author-image
Chinmayee Sahoo
DHENKANAL-LOVE-TRAGEDY

DHENKANAL-LOVE-TRAGEDY Photograph: (OTV)

ରାତିରେ ପ୍ରେମିକକୁ ଘରକୁ ଡାକିଥିଲେ ପ୍ରେମିକା । ପ୍ରେମିକର ଆସିବା ବାଟକୁ ଚାହିଁ ରହିଥିଲେ ।  ପ୍ରେମିକ ବି ଅନ୍ଧାର ରାତିକୁ ଖାତିର୍ ନକରି ପହଞ୍ଚି ଯାଇଥିଲେ ପ୍ରେମିକା ଘରେ । ଲୁଚି ଛପି ପାଚେରୀ ଡେଇଁ ପଶୁଥିଲେ ଘର ଭିତରକୁ । ଆଉ ଏତିକି ବେଳେ ଲାଗିଲା କରେଣ୍ଟ । ଅଚେତ୍ ହୋଇ ତଳେ ପଡିଥିଲେ ଯୁବକ, ସେଇଠି ଚାଲିଯାଇଥିଲା ଜୀବନ । 
ଏଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅଂଚଳରେ । ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ।  ମୃତ ଯୁବକ ହେଲେ ସିମିଳିଆ ଗାଁର ୧୯ ବର୍ଷୀୟ ବିଶ୍ୱଜିତ ବେହେରା । କରେଣ୍ଟ ଲାଗିବା ପରେ ପ୍ରେମିକା ଘର ଲୋକେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ । ହେଲେ ସେଠି ମୃତ ଘୋଷଣା କରିଥିଲେ ଡାକ୍ତର । 
ବିଶ୍ୱଜିତଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର । ପ୍ରେମିକା ଘର ଲୋକେ ବିଶ୍ୱଜିତଙ୍କୁ କରେଣ୍ଟ ଦେଇ ମାରିଥିବାର କରିଛନ୍ତି ଅଭିଯୋଗ ।  
ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । ବାସ୍ତବରେ, ଯୁବକଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ଏ ଯାଏଁ ସ୍ପଷ୍ଟ ହୋଇନି । ଏନେଇ ପୋଲିସ କିମ୍ବା ପ୍ରେମିକା ଘରଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment

ଅଧିକ ଦେଖନ୍ତୁ:

Dhenkanal
Advertisment
Related Articles
Advertisment