Advertisment

Dhenkanal Shutdown: ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ, ସାଧାରଣ ଜୀବନଯାତ୍ରା ପ୍ରଭାବିତ

ଜିଲ୍ଲା ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ବନ୍ଦ ପାଳନ। TPCODLର ମନମୁଖୀ କାର୍ଯ୍ୟ ବିରୋଧରେ ଢେଙ୍କାନାଳ ବନ୍ଦ ପାଳନ। ସ୍ମାର୍ଟ ମିଟର ଲଗାଇ ଅତ୍ୟଧିକ ବିଲ୍ ଆଦାୟ କରୁଥିବା ସଂଘର ଅଭିଯୋଗ।

author-image
Chinmayee Sahoo
DHENKANAL-BANDH

DHENKANAL-BANDH Photograph: (OTV)

ଢେଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ। ଜିଲ୍ଲା ଓକିଲ ସଂଘର ଆହ୍ବାନ କ୍ରମେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଡାକରା ଦିଆଯାଇଛି।ଟାଟା ପାୱାର TPCODLର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବନ୍ଦ ଡାକରା ଦିଆଯାଇଛି।

Advertisment

ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ସହରବାସୀ ସମର୍ଥନ ଜଣାଇଛନ୍ତି। ଟାଟା ପାୱାର ଭିତ୍ତିଭୂମିକୁ ନସଜାଡି ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ଲଗାଇ ଅତ୍ୟଧିକ ବିଲ ଆଦାୟ କରିବା ଏବଂ ମନଇଛା ଫାଇନ ଆଦାୟ କରିବା ଭଳି କାମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ଜିଲ୍ଲା ଓକିଲ ସଂଘ । ପରବର୍ତ୍ତୀ ସମୟରେ ଜିଲ୍ଲା ବାସୀଙ୍କ ସ୍ବାର୍ଥ ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ପରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଓ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। 


•    ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
•    ଜିଲ୍ଲା ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ବନ୍ଦ ପାଳନ
•    TPCODLର ମନମୁଖୀ କାର୍ଯ୍ୟ ବିରୋଧରେ ଢେଙ୍କାନାଳ ବନ୍ଦ ପାଳନ
•    ସ୍ମାର୍ଟ ମିଟର ଲଗାଇ ଅତ୍ୟଧିକ ବିଲ୍ ଆଦାୟ କରୁଥିବା ସଂଘର ଅଭିଯୋଗ

Advertisment
Dhenkanal
Advertisment
Advertisment