/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754983251.jpg)
Dhenkanal Woman, Overwhelmed by Debt, Sets Herself Ablaze; Battles for Life at SCB Hospital
ପୁଣି ଜଣେ ମହିଳା ନିଜକୁ ଜାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ପାରିବାରିକ କଳହରୁ ନିଜକୁ ଶେଷ କରିଦେବାକୁ ଚାହିଁଛନ୍ତି ଢେଙ୍କାନାଳ ଜିଲ୍ଲାର ଜଣେ ମହିଳା । ଖବର ଅନୁସାରେ ଢେଙ୍କାନାଳ ଜିଲ୍ଲା ଭୁବନ NAC ପୁରୁଣା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜକୁ ଆତ୍ମଦାହ କରିବାକୁ ଉଦ୍ୟମ କରିଥିବା ମହିଳାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଋଣ କିସ୍ତି ଟଙ୍କା ପୈଠକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ଜଣାପଡ଼ିଛି ।
ଗତକାଲି ବରଗଡ଼ରୁ ମଧ୍ୟ ସମାନ ଘଟଣା ଘଟିଥିଲା । ଅର୍ଦ୍ଧଦଗ୍ଧ ନାବାଳିକା ଜଣଙ୍କ କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ । ବରଗଡ଼ ଜିଲ୍ଲା ଗାଇସିଲାଟ ଥାନା ଫିରିଙ୍ଗିମାଲ ଗାଁ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ନାବାଳିକା ଜଣଙ୍କ ମାମୁଘରେ ରହୁଥିଲେ । ତାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । ଘଟଣା ପାଇଁ ଉତ୍ତରାଞ୍ଚଳ ଆଇଜି ପାରିବାରିକ ବିବାଦ କଥାକୁ ଇଶାରା କରିଥିଲେ। ସେପଟେ ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଧରି ତଦନ୍ତ କରୁଥିବାବେଳେ ରହସ୍ୟ ଘନେଇବାରେ ଲାଗିଛି।
ଅନ୍ୟପଟେ ସାମାନ୍ୟ ଘଟଣାରେ କାହିଁକି ବଢୁଛି ଆତ୍ମହତ୍ୟା ? କେବେ ଛାତ୍ରୀ ତ ପ୍ରାପ୍ତ ବୟସ୍କା ନିଜକୁ ଜାଳି ପୋଡ଼ି ମାରି ଦେବାକୁ ଚାହିଁଛନ୍ତି । ରାଜ୍ୟରେ ୫ ବର୍ଷରେ ୭୨ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ତଥ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି। ମାନସିକ ଚାପ, ମାନସିକ ସମସ୍ୟା ଏବଂ ଅପରିପକ୍ବତା ଏହା ପଛର କାରଣ ବୋଲି ବିଶେଷଜ୍ଞ କହିଥିବା ବେଳେ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ନିଜ ମନକଥା ଖୋଲାଖୋଲି ବାଣ୍ଟି ପାରିଲେ ଦୁଃଖ ଓ ଚାପ ଲାଘବ ହୋଇପାରିବ ବୋଲି ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)