• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dhenkanal

Joranda mela
ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ !

ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।

Demolition drive at Joranda Gadi in Dhenkanal
କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍ ହେଉଛି ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ର ଯୋରନ୍ଦା ଆଶ୍ରମରେ ଧରାଶାୟୀ ହୋଇଛି କୌପିନଧାରୀ ମହିମା ସନ୍ୟାସୀଙ୍କ ତପସ୍ୟାର ସ୍ଥଳୀ

ଜବାହର ଚୌକ ମେଢ଼
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ପଟୁଆର...ଫଟୋରେ ଦେଖିବା କିଛି ଝଲକ୍...

ପୂରା ଜାକଜମକରେ ଚାଲିଛି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ସମାରୋହ। ଏଥର ସମୁଦାୟ ୩୮ ଟି ମେଢ଼ କ୍ରମାନ୍ୱୟରେ ବିସର୍ଜନ ପାଇଁ ବାହାରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲେ ସମୁଦାୟ୨୬ ପ୍ଳାଟୁନ୍ ପୋଲିସ୍।

Bird Lovers
ପକ୍ଷୀ ପ୍ରେମରେ ପାଗଳ ଷଡଙ୍ଗୀ ଗାଁ ଲୋକେ...ପୁଅ ପରି ଯତ୍ନ ନେଉଛନ୍ତି...ଘରେ ରଖି ସ୍ନେହ କରୁଛନ୍ତି

ଗେଣ୍ଡାଳିଆ ୟାଙ୍କ ପାଇଁ ପୁଅ ସମାନ। ଚଢେଇଙ୍କ ଲାଗି ଗାଁରେ ତିଆରି ହୋଇଛି କମିଟି। ପକ୍ଷୀଙ୍କୁ ପୁଅ ପରି ପାଳୁଛନ୍ତି...ଘରେ ରଖି ସ୍ନେହ ଦେଉଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଏଇଠି ବାଣ ଫୁଟେନି କି ଡିଜେ ବାଜେନି...

Widow seeks govt help
ବାପା ଚାଲିଯିବା ପରେ...୪ ପିଲାଙ୍କ ମୁହଁରେ ଆହାର ପାଇଁ ବିଲରେ ଖଟୁଛି ବିଧବା ମାଆ

ସିଏ ପରା ମାଆ...ବାପା ଚାଲିଯିବା ପରେ ୪ ଝିଅଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ପୁଣି କେତେବେଳେ ବିଲରେ କାମ କରୁଛନ୍ତି ବିଧବା ମାଆ। ସରକାରୀ ସହାୟତା ପାଇଁ କାନ୍ଦି କାନ୍ଦି ଏମିତି କରୁଛନ୍ତି ଗୁହାରି

Siren to protect wild elephants from accidents; Forest dept’s pilot project in Odisha’s Dhenkanal
ଏଣିକି ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ଲାଗୁ ହେଲା ଅଟୋମେଟିକ ସାଇରନ ମେସିନ୍ ବ୍ୟବସ୍ଥା

ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା ଜାତୀୟ ରାଜପଥରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ ଆରମ୍ଭ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ ।

dhenkanal
ମଦ୍ୟପାନ କରି ଚଲାଉଥିଲେ ବସ୍‌; ଡ୍ରାଇଭରକୁ କାବୁ କଲା ପୋଲିସ

ମଦ୍ୟପାନ କରି ବସ ଚଲାଇବା ପଡିଲା ମହଙ୍ଗା । ଖବର ପାଇ ଅଧାବାଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ବସକୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ।

Tusker Attacks Elephant Squad Member In Dhenkanal
ଦନ୍ତାକୁ ଇଞ୍ଜେକସନ୍‌ ଦେବାକୁ ଯାଇଥିଲେ, ଖେପି ଆସି ଦଳିଦେଲା ଦନ୍ତା

ଦନ୍ତାକୁ ଇଞ୍ଜେକସନ୍‌ ଦେବାକୁ ଯାଇଥିଲେ। ବଣୁଆ ଦନ୍ତା ଖେପି ଆସି ପାଦରେ ଦଳିଦେଲା। ଆବଡ଼ାଖାବଡ଼ା ରାସ୍ତା ଥିବାରୁ ହଠାତ୍‌ ପଛକୁ ଫେରିପାରିଲେନି ବିଶେଷଜ୍ଞ ଟିମ୍‌ ସଦସ୍ୟ...ମେଡ଼ିକାଲ ନେଲା ବେଳକୁ ସବୁ ସରିଯାଇଥିଲା..ଦେଖନ୍ତୁ କେମିତି ଥିଲା ସେହି ସମୟର ଦୃଶ୍ୟ...

Miscreants hurl bombs at a house in Mahulapala village late last night
ଅଧ ରାତିରେ ବୋମା ମାଡ; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ  ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

Famous Magha Mela Of Joranda Begins
ଆଜିଠୁ ଆରମ୍ଭ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଆଜି ଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେବ ଏହି ମହିମାଗାଦି ।

Elderly man killed in elephant attack in Dhenkanal
ବାରଣ୍ଡାରେ ଶୋଇଥିଲେ ବାପ-ପୁଅ; ଦଳିଦେଲା ଦନ୍ତା

ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା ଗୋଠ ଛଡା ଦନ୍ତା । ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

Elephant Strays Into Human Habitation In Dhenkanal, Locals In Panic
ସହର ଭିତରେ ବୁଲୁଛି ହାତୀ; ଆତଙ୍କିତ ଲୋକେ

ସହରରେ ହାତୀ ଆତଙ୍କ । ଢ଼େଙ୍କାନାଳ ସହର ଭିତରେ ଗୋଠଛଡା ଦନ୍ତା ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଢେଙ୍କାନାଳ ଭଗବାନପୁର ନିକଟରେ କପିଳାସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାତୀଟି ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇଥିବା ସୂଚନା ମିଳିଛି ।

Old man Dead In Elephant Attack At Dhenkanal
ଥମୁନି ହାତୀଙ୍କ ଉତ୍ପାତ:ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।

Winged Guests Flock To Bramhani River In Dhenkanal
ହଜିଗଲାଣି କାଜ ଚକୁଆଙ୍କ ପ୍ରେମ କାହାଣୀ

ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ। ହେଲେ ଆମ ମଣିଷ ସମାଜ ଉପରୁ ସେମାନେ ବିଶ୍ୱାସ ତୁଟାଇ ଦେଲେଣି। ଆଗରୁ ହଜାର ହଜାର ଆସୁଥିଲେ। ଏବେ ଆଉ ଆସୁ ନାହାନ୍ତି।

ଢେଙ୍କାନାଳ ସହରର ଯୁବ ସ୍ୱେଚ୍ଛାସେବୀ
ପାଣିଓହଳାର ସୁରକ୍ଷା ଚିନ୍ତାରେ ଯୁବଗୋଷ୍ଠୀ, ସନ୍ଧ୍ୟା ହେଲେ ଧରୁଛନ୍ତି ଠେଙ୍ଗାବାଡି

ଯେତେବେଳେ ବାତ୍ୟା ଆସିଛି ଢେଙ୍କାନାଳ ସହର ପାଇଁ ଢାଲ ହୋଇ ଛିଡା ହୋଇଛି ପାଣିଓହଳା ପାହାଡ । ଏହି ଜଙ୍ଗଲର ସୁରକ୍ଷା ପାଇଁ ଦିନ ଓ ରାତିକୁ ଏକ କରିଦେଇଛନ୍ତି କିଛି ସ୍ୱେଚ୍ଛାସେବୀ । ଗଛ ଲଗାଉଛନ୍ତି, ନିଆଁ ଲିଭାଉଛନ୍ତି । ଠେଙ୍ଗାବାଡି ଧରି ଜଗୁଛନ୍ତି ଜଙ୍ଗଲ ।

Wife & Son Stages Dharna Outside Husband’s House In Dhenkanal
ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣା

ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପତ୍ନୀ । ୨୫ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ । ଶୁଣନ୍ତୁ ଧାରଣାରେ ବସିବା କାରଣ ...|

ନିଜ ଶିଶୁପୁତ୍ର ଜୀବନ ପାଇଁ ଭିକ୍ଷା ମାଗିଛନ୍ତି  ପିତାମାତା
ଶିଶୁପୁତ୍ରର ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ବାପାମା'

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।

cutting palm was taken to a hospital
ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ

ଢେଙ୍କାନାଳ: ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍‌ ଅନ୍ତର୍ଗତ ରାଜକିଶୋରପୁର ଗାଁରେ।

Water Scarcity Grips In Dhenkanal, Locals Stage Protest
ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ଲୋକେ

ପାଣି ପାଇଁ ରାସ୍ତାରୋକ । ପାନୀୟ ଜଳ ସମସ୍ୟାକୁ ନେଇ ଗରା ବାଲଟି ଧରି ଶତାଧିକ ଲୋକଙ୍କ ରାସ୍ତାରେ ବସିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ।

laxmipuja
ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି।

Dhenkanal & Kendrapara Gear Up For Gaja Lakshmi Puja With Covid Restriction
ଆଜିଠୁ ଗଜଲକ୍ଷ୍ମୀ ପୂଜା ହେଲେ ନାହିଁ ସରାଗ

ମା ଗଜଲକ୍ଷ୍ମୀଙ୍କର ପୂଜାରେ ଲାଗିଛି କରୋନା କଳଙ୍କ। କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ଚାଲିଛି ପୂଜା

atm loot
ଢେଙ୍କାନାଳରେ ଚୋର ପୋଲିସ୍ ଖେଳ

ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ

ATM LOOT
୪୦ ମିନିଟ୍‌ର ବାଗୁଡ଼ି ଖେଳ ପରେ ଧରାପଡ଼ିଲେ ଲୁଟେରା

ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ

Baijayant Panda
ଢେଙ୍କାନାଳ NCC ୧୨ ବାଟାଲିୟନରେ NCCର ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ତା

ଢେଙ୍କାନାଳ ୧୨ ବାଟାଲିୟନ NCC କାର୍ଯ୍ୟଳୟ ପରିଦର୍ଶନ କଲେ ବୈଜୟନ୍ତ। NCCର ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କ୍ୟାଡେଟ୍ ମାନଙ୍କ ଦ୍ୱାରା ଫାୟାରିଂ, ଓ୍ୱିପନ ସୋ, ଅବଷ୍ଟ୍ରାକଲ୍ କୌଶଳ ପ୍ରଦର୍ଶନ ।

ATM LOOT
ଲୁଟ୍‌ କରି ପଳାଉଥିଲେ, ଅଧା ରାସ୍ତାରେ ମାଡ଼ି ବସି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଉଦ୍ଧାର କଲା ପୋଲିସ

ATM ଭ୍ୟାନ୍ ଲୁଟ୍ ଉଦ୍ୟମ ବେଳେ ୩ ଦୁର୍ବୃତ୍ତ କାବୁ ହୋଇଛନ୍ତି। ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ ପୋଲିସ ଧରିଛି। ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଅପରାଧୀ।