Advertisment

Two Bus Stop in 30 meters: ସରକାର୍ କା ମାଲ୍ ଦରିଆ ମେ ଡାଲ୍...ଦୂରତା ମାତ୍ର ୩୦ ମିଟର, ଅଛି ୨ଟି ବସ୍‌ଷ୍ଟପ୍

ପ୍ରଶାସନର ଦୂର ଦୃଷ୍ଟିର ଅଭାବ ଯୋଗୁଁ ୧୧ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମିତ ଦୁଇ ଗୋଟି ବସଷ୍ଟପ କାର୍ଯ୍ୟରେ ଆସୁ ନାହିଁ l ନା ଏଠାକୁ ଯାତ୍ରୀ ଆସୁଛନ୍ତି ନା କେବେ କୌଣସି ସରକାରୀ କିମ୍ବା ବେସରକାରୀ ବସ ଅଟକି ଥାଏ l

author-image
Prasan Subudhi
ବସ୍‌ଷ୍ଟପ୍

ବସ୍‌ଷ୍ଟପ୍

ସରକାର କା ମାଲ, ଦରିଆ ମେ ଡାଲ l ଏହି ନୀତିରେ ଚାଲେ ସରକାରୀ ଯୋଜନା l କୌଣସି ଫିଜିବିଲିଟୀ ନ ଦେଖି ଠିକାଦାର ପୋଷା ନିୟମରେ କୋମନାରେ ମାତ୍ର ୩୦ ମିଟର ମଧ୍ୟରେ ୨ଟି ବସଷ୍ଟପ ନିର୍ମାଣ ହୋଇଛି l ହେଲେ ଏଯାଏ କେବେ ବି କୌଣସି ସରକାରୀ କି ବେସରକାରୀ ବସ୍ ଏଠି ରହୁଥିବାର ନଜିର ନାହିଁ। କିନ୍ତୁ ଚକାଚକ୍ ବସ୍‌ଷ୍ଟପ୍ ନିର୍ମାଣ ହୋଇଛି। ସରକାରୀ ଅର୍ଥ କେମିତି ଶ୍ରାଦ୍ଧ ହେଉଛି ଏହା ତା’ର ଏକ ନିଚ୍ଛକ ଉଦାହରଣ।

Advertisment

ନୂଆପଡା ଜିଲ୍ଲା କୋମନା ମିଶନ ଶକ୍ତି କାଫେ ନିକଟରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଥିଲା ଯାତ୍ରୀ ବିଶ୍ରାମଗାର l ହେଲେ କେବେ ବି ନା ସେଠାରେ ଯାତ୍ରୀ ରହନ୍ତି, ନା କୌଣସି ସରକାରୀ କି ବେସରକାରୀ ବସ ଅଟକେ l ନିର୍ମାଣ ସମୟରେ ସ୍ଥାନୀୟ ଲୋକେ ଏହି ସ୍ଥାନରେ ଯାତ୍ରୀ ବିଶ୍ରାମଗାର ନିର୍ମାଣକୁ ବିରୋଧ କରିଥିଲେ l

କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ବାରଣ ସତ୍ତ୍ୱେ ଯାତ୍ରୀ ବିଶ୍ରମାଗାର ନିର୍ମାଣ କଲେ l କଥା ଏତିକିରେ ସରି ନଥିଲା l ଗତ ସରକାରରେ ବସଷ୍ଟପ ନିର୍ମାଣ ପାଇଁ ଯୋଜନା କଲେ l କୋମନାରେ ଅନେକ ଉପଯୋଗୀ ସ୍ଥାନ ଥିବା ବେଳେ ପ୍ରଶାସନ ଏହି ସ୍ଥାନରେ ୬ ଲକ୍ଷ ଟଙ୍କା ବ୍ୟୟରେ ପୁଣି ଏକ ବସଷ୍ଟପ ନିର୍ମାଣ କଲେ l

Advertisment

ଏବେ ପ୍ରଶାସନର ଦୂର ଦୃଷ୍ଟିର ଅଭାବ ଯୋଗୁଁ ୧୧ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମିତ ଦୁଇ ଗୋଟି ବସଷ୍ଟପ କାର୍ଯ୍ୟରେ ଆସୁ ନାହିଁ l ନା ଏଠାକୁ ଯାତ୍ରୀ ଆସୁଛନ୍ତି ନା କେବେ କୌଣସି ସରକାରୀ କିମ୍ବା ବେସରକାରୀ ବସ ଅଟକି ଥାଏ l

କୋମନାରେ ପ୍ରଶାସନର ଅବହେଳା ଯୋଗୁଁ ପ୍ରଥମେ ଏକ ଅନୁପଯୁକ୍ତ ସ୍ଥାନରେ ନିର୍ମାଣ ହେଲା ଯାତ୍ରୀ ବିଶ୍ରାମାଗାର ପୁଣି ତାର ୩୦ ମିଟର ଦୂରରେ ନିର୍ମିତ ହୋଇଛି କୋମନା ବସଷ୍ଟପ l ଲୋକେ ଏବେ କହୁଛନ୍ତି, ୱା ୱାରେ ପ୍ରଶାସନ l ଠିକାଦାର ପୋଷା ନିୟମରେ ଏଠି ଚାଲେ ଏମିତି ସରକାରୀ ଅର୍ଥର ଦୁରୁପଯୋଗ l ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଏହି କାର୍ଯ୍ୟର ତଦନ୍ତ କରାଯିବ ବୋଲି କହିଛନ୍ତି l

Nuapada Illegal Construction Bus Stand
Advertisment
Advertisment