/odishatv-khabar/media/post_attachments/uploadimage/library/16_9/16_9_0/s_1700716240.jpg)
New bus stand construction works
ଗଢୁୁଛି ଯେତିକି, ଭାଙ୍ଗୁଛି ସେତିକି । କୋରାପୁଟ ଜିଲ୍ଲା ଜୟପୁରରେ ନିର୍ମାଣଧୀନ ବିଶ୍ୱ ସ୍ତରୀୟ ବସ୍ଷ୍ଟାଣ୍ଡରେ ୭ ବର୍ଷ ହେବ ଚାଲିଛି ଭଙ୍ଗାଗଢ଼ାର ଖେଳ । ନା କାମ ସରୁଛି, ନା ଉଦ୍ଘାଟନ ହେଉଛି । ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସୁବିଧା ନଥିବାବେଳେ, ଖାଲି ଦୋକାନ ଓ ଷ୍ଟଲ ମାଳମାଳ ଥିବା ଅଭିଯୋଗ କରିଛନ୍ତି ଜୟପୁରବାସୀ । ସେପଟେ ତ୍ରୁଟିପୂର୍ଣ୍ଣ ଓ ବିଳମ୍ବିତ ନିର୍ମାଣ ନେଇ ଜୋର ଧରିଛି ରାଜନୀତି ।
୭ ବର୍ଷ ବିତିଲା, ହେଲେ ସରିପାରିଲାନି ଜୟପୁରର ବିଶ୍ୱ ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ କାମ । ଯେତିକି ନିର୍ମାଣ ହେଉଛି, ପୁଣି ଭଙ୍ଗା ଚାଲିଛି । ହେଲେ ନିର୍ମାଣ ସରିବାର ନାଁ ନେଉନି । କେତେବେଳେ ବସ୍ଷ୍ଟାଣ୍ଡ ପରିସରରେ ନବ ନିର୍ମିତ ଦୋକାନ ଭଙ୍ଗା ହେଉଛି ତ ଆଉ କେତେବେଳେ ପାଚେରି ଆଉ କେତେବେଳେ ଗେଟ୍ । ଏହାରି ଭିତରେ ତରବରିଆ ଉଦ୍ଘାଟନର ପ୍ରସ୍ତୁତି ଚାଲିଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜୟପୁର ବାସିନ୍ଦା । କାର୍ଯ୍ୟବିଳମ୍ବ ଓ ତ୍ରୁଟିପୂର୍ଣ୍ଣ ନିର୍ମାଣ ନେଇ ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି ।
୬ ଏକର ପରିମିତ ଜାଗାରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ୨୦୧୭ରୁ ବସ୍ଷ୍ଟାଣ୍ଡର ନିର୍ମାଣ ଆରମ୍ଭ ହୋଇଥିବା ବେଳେ, ୨୦୧୯ରେ କାର୍ଯ୍ୟ ଶେଷ ହେବାର ଥିଲା । ହେଲେ ନିର୍ମାଣ ବେଳକୁ ୬ ଏକର ବଦଳରେ ୩ ଏକରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ତା’ପରେ ବୈଷୟିକ ତ୍ରୁଟି ଦର୍ଶାଇ ରୂପରେଖ ବଦାଳଇଥିଲା ଜିଲ୍ଲା ପ୍ରଶାସନ । ଆଉ ଭଙ୍ଗାଗଢ଼ାର ଏ ଖେଳ ଭିତରେ ୭ ବର୍ଷ ବିତିଗଲାଣି । ଯାହାକୁ ନେଇ ଏବେ ରାଜନୀତି ବି ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)