Advertisment

Jagannath Pradhan Arrested: ଝାରପଡ଼ା ଜେଲରେ କଟିଲା ଜଗାଙ୍କ ରାତି, ସମର୍ଥକଙ୍କ ହାଇଡ୍ରାମା

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଜଗା ପ୍ରଧାନଙ୍କୁ ମିଶାଇ ୬କୁ ବଢିଲା ଗିରଫଦାରୀ ସଂଖ୍ୟା । ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Jaga Pradhan

Jaga Pradhan

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ରାତିରେ ଜଗନ୍ନାଥଙ୍କୁ ଗିରଫ କରିଥିଲା ପୋଲିସ । ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଗା ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଗିରଫ କରିଥିଲା ପୋଲିସ। ଗିରଫ ପରେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଜଗା । ମେଡିକାଲ ଟେଷ୍ଟ୍ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Advertisment

ଅଧିକ ପଢନ୍ତୁ: ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର, ଗଲେ ଜେଲ

ଝାରପଡ଼ା ଜେଲରେ କଟିଛି ଜଗାଙ୍କ ରାତି । ଭୁବନେଶ୍ବର SDJM କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଛି । ଅନ୍ୟପଟେ ଆଜି ପୁନର୍ବାର ସେସନ୍ସ କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ଜଗାଙ୍କ ଓକିଲ କହିଛନ୍ତି ।

ଜଗା ପ୍ରଧାନଙ୍କ ଗିରଫଦାରୀ ପରେ ୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା। ପୂର୍ବରୁ ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା ପୋଲିସ । ମାମଲାରେ ପୂର୍ବରୁ ଗିରଫ ଅଭିଯୁକ୍ତ ମାନେ ହେଲେ କର୍ପୋରେଟର ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର । ଏହି ୫ ଜଣଙ୍କୁ ବିଜେପି ଦଳରୁ ନିଲମ୍ବନ କରିଛି। କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ସସପେଣ୍ଡ୍ କରିଛନ୍ତି ରାଜ୍ୟ ସଭାପତି। BMC ହିଂସାକାଣ୍ଡ ସମ୍ପୃକ୍ତି ଅଭିଯୋଗରେ ସମସ୍ତଙ୍କୁ ସସପେଣ୍ଡ୍ କରାଯାଇଛି।

Advertisment

ଏପଟେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତୀବ୍ର ବିରୋଧ କରିଛନ୍ତି ଜଗାଙ୍କ ସମର୍ଥକ । ପ୍ରଥମେ ବାଣୀବିହାର ରାସ୍ତା ଅବରୋଧ ସହ ନାରାବାଜି କରିଥିଲେ ଜଗାଙ୍କ ସମର୍ଥକ । ପରେ କୋର୍ଟ ଏବଂ ଝାରପଡ଼ା ଜେଲ ଆଗରେ ମଧ୍ୟ ଜଗାଙ୍କ ସମର୍ଥକ ମାନେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ଜଗା ନିର୍ଦ୍ଦୋଷ, ତାଙ୍କର କୌଣସି ଭୁଲ୍ ନଥିବା କହି ଝାରପଡ଼ା ଜେଲ ଆଗରେ ହୋହଲ୍ଲା କରିଥିଲେ ସମର୍ଥକ । ବିଜେପି ନେତା ବାବୁ ସିଂ ମଧ୍ୟ ଜଗା ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଥିଲେ ।

ଗିରଫ ପୂର୍ବରୁ ଡିସିପି ଅଫିସରେ ହାଜର ହେବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗା କହିଥିଲେ ଯେ, ମୁଁ ତଦନ୍ତରେ ସହଯୋଗ ପାଇଁ ଆସିଛି। ମୋ ଗିରଫଦାରି ଯଦି ସମସ୍ୟାର ସମାଧାନ ତାହେଲେ ସହଯୋଗ କରିବି। BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୋର ସମ୍ପୃକ୍ତି ନାହିଁ। ମୋ ଦଳ ଓ ଆମ ସରକାରକୁ ବଦନାମ ପାଇଁ ଷଡ଼ଯନ୍ତ୍ର ହୋଇଛି । OAS ସଂଘ ଏହି ଷଡ଼ଯନ୍ତ୍ରର ଏକ ଅଂଶ ପାଲଟିଛି ବୋଲି ସେ କହିଥିଲେ।

ଅଧିକ ପଢନ୍ତୁ: BMC ଆଟାକ୍; ବିଜେପିରୁ ୫ ସସପେଣ୍ଡ

BJP BMC Commissionrate Police
Advertisment
Advertisment