/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753285163.jpg)
Vigilance Raids BMC Officer, Recovers Huge Stash of Cash, Gold & Properties
ଭୁବନେଶ୍ବର: ବିଭିନ୍ନ ଡିଜାଇନର ଆକର୍ଷଣୀୟ ରାଣୀ ହାର। ଗାନ୍ଧୀ ମୁଣ୍ଡ ଥିବା ହଜାରେ ଓ ୫୦୦ ଟଙ୍କିଆ ରୂପା ଟଙ୍କା । ପୁଣି ଆଲିଶାନ ଘର ସହ ବ୍ୟୟବହୁଳ ଫାର୍ମ ହାଉସ୍।ଭୁବନେଶ୍ବର ମହାନଗର ନିଗମର ଏକଜିକ୍ୟୁଟିଭ୍ ଇଞ୍ଜିନିୟର୍ ଜଗନ୍ନାଥ ପଟ୍ଟନାୟକଙ୍କ ଏଭଳି ସମ୍ପତ୍ତି ଦେଖି ଟେରା ଭିଜିଲାନ୍ସ ଟିମ୍ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଗନ୍ନାଥଙ୍କ ଗୁଣୁପୁରସ୍ଥିତ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ। ଭୁବନେଶ୍ବର ବଡଗଡରେ ଥିବା ଏହି ୩ ମହଲା ଆଲିଶାନ କୋଠା ଉପରେ ଟିକେ ନଜର ପକାନ୍ତୁ । ଘରର ପ୍ରତ୍ୟେକଟି କୋଣରେ ରହିଛି ବାସ୍ତୁ ଅନୁସାରେ ଆଣ୍ଟିକ ପିସ । ଫର୍ଣ୍ଣିଚର ଠାରୁ ଆରମ୍ଭ କରି ଘରର କବାଟ ସବୁକିଛି ଦାମୀ ଶାଗୁଆନ କାଠରେ ତିଆରି । ସେହିପରି ଘରୁ ମିଳିଛି ପାଖାପାଖି ୨ ଶହ ଗ୍ରାମର ଲାଟେଷ୍ଟ ଆଉ ଦାମୀ ସୁନାଗହଣା । ଏଥିସହ ଘରୁ ଏକ ଦେଶୀ ବନ୍ଧୁକ ବି ଠାବ ହୋଇଛି।
କେବଳ ଏହା ନୁହଁ ବାଲିଅନ୍ତା ରଣପୁର ମୌଜାରେ ରହିଛି ଜଗନ୍ନାଥଙ୍କ ଏହି ବ୍ୟୟ ବହୁଳ ଦେଢ ଏକରର ଫାର୍ମହାଉସ। ଫାର୍ମ ହାଉସରେ ରହିଛି ମାଛ ଚାଷ ପୋଖରୀ, ନଡିଆ ବଗିଚା, କଦଳୀ ବନ, ଡ୍ରାଗନ ଫ୍ରୁଟ, ପିଜୁଳି, ଅଙ୍ଗୁର ଭଳି ଫଳ ବଗିଚା। ଏଠାରେ ମୂଲ୍ୟବାନ ରକ୍ତ ଚନ୍ଦନ ଗଛ ଲାଗିଥିବା ଜଣାପଡ଼ିଛି । ଏଥିସହିତ ଫାର୍ମ ହାଉସରୁ ମିଳିଥିବା ଦୁଇଟି ହରିଣ ଶିଂଘକୁ ନେଇ ଖୋଳତାଡ଼ ଜାରି ରହିଛି।
ଏହାବାଦ ଭୁବନେଶ୍ବରରେ ଥିବା ଯନ୍ତ୍ରୀଙ୍କ ଆଉ ୪ ଟି ଦାମୀ ପ୍ଲଟରକାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ । ଏହାବାଦ ପତ୍ନୀଙ୍କ ନାମରେ ଏକ ବ୍ୟାଙ୍କ ଲକର ଥିବା ଜଣାପଡ଼ିଛି । ଇଞ୍ଜିନିୟରଙ୍କ ଘରେ ଚଢାଉ ଜାରି ରହିଥିବା ବେଳେ କେତେକ ବିଲ୍ଡର୍ସ ସଂସ୍ଥାରେ ବାବୁ ଅର୍ଥ ବିନିଯୋଗ କରିଥିବା ବି ସୁରାକ ପାଇଛି ଭିଜିଲାନ୍ସ ଟିମ।