/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753859491.jpg)
Civic Protest at BMC
ଭୁବନେଶ୍ୱର ମହାନଗର ନିଗମର ମାସିକିଆ ବୈଠକ ପୂର୍ବରୁ ହଙ୍ଗାମା। ବିଏମସି ଅଫିସ୍ ଘେରାଉ ଉଦ୍ୟମ କରିଛନ୍ତି ୨୯ନଂ ୱାର୍ଡର ବାସିନ୍ଦା । ୨୯ନଂ ୱାର୍ଡର ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସମର୍ଥନରେ ଘେରାଉ କରାଯାଇଛି । କିଛି ଦିନ ତଳେ BMCର ଜଣେ ଅଫିସରଙ୍କୁ ମାଡ ମାରି ଜୀବନ ରାଉତଙ୍କ ସମେତ ୫ ଜଣ ଗିରଫ ହୋଇଥିଲେ। ତେବେ ମେୟର ମାଡାମ୍ ଜାଣିଶୁଣି ଭିଡିଓ କରି ଆରେଷ୍ଟ କରିଛନ୍ତି। ବିନା ଦୋଷରେ ଜୀବନ ରାଉତଙ୍କ ଆରେଷ୍ଟକୁ ନିନ୍ଦା କରିଛନ୍ତି । ଏଥିପାଇଁ ମେୟର ଭୁଲ୍ ମାଗନ୍ତୁ ବୋଲି ଦାବି କରି ଧାରଣାରେ ବସିଛନ୍ତି ୨୯ ନଂ ୱାର୍ଡର ବାସିନ୍ଦା ।
Advertisment
ତେବେ ପୂର୍ବରୁ ୪୪ନଂ ୱାର୍ଡର ବିଜେଡି କର୍ପୋରେଟର୍ ଏକ ଗଣ୍ଡଗୋଳ ମାମଲାକୁ ମେୟର ଆଲୋଚନା କରି ସମାଧାନ କରିଥିବା ବେଳେ ବିଜେପି କ୍ଷେତ୍ରରେ କାହିଁକି ଏମିତି କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ବିଜେଡି କର୍ପୋରେଟରଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)