/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753266081.jpg)
BMC Engineer
BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଫାର୍ମ ହାଉସରେ ପଶିଛି ଭିଜିଲାନ୍ସ । ବାଲିଅନ୍ତା ରଣପୁର ସ୍ଥିତ ଫାର୍ମ ହାଉସରେ ଭିଜିଲାନ୍ସର ଟିମ୍ ଚଢାଉ ଜାରି ରଖିଛି । ପ୍ରାୟ ତିନି ଏକର ବିଶିଷ୍ଟ ଫାର୍ମ ହାଉସରେ ଥିବା ଦୁଇ ଗୋଟି ହରିଣ ସିଙ୍ଗ ମଧ୍ୟ ଜବତ ହୋଇଛି । ଏହି ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ଦଶ ଜଣିଆ ଟିମ୍ ।
ଭିଜିଲାନ୍ସ ରେଡ୍ ବେଳେ ଯନ୍ତ୍ରୀଙ୍କ ଘରୁ ମିଳିଛି ଦେଶୀ ବନ୍ଧୁକ । ଭୁବନେଶ୍ବର ମହାନଗର ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍ ବେଳେ ଏକ ଦେଶୀ ବନ୍ଧୁକ ଜବତ କରିଛି ଭିଜିଲାନ୍ସ ଟିମ । ଏହା ସହ ବିପୁଳ ପରିମାଣର ଆୟବହିର୍ଭୂତ ସଂପତ୍ତିଠାବ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ, ଦାମୀ ପ୍ଲଟ, ହରିଣ ଶିଙ୍ଗ ଜବତ ହୋଇଛି ।
ଏବେ ବି ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର ବଡ଼ଗଡ଼ରେ ବହୁତଳ କୋଠା, ବାଲିଅନ୍ତା ତହସିଲର ରଣପୁରରେ ଗୋଟିଏ ଫାର୍ମ ହାଉସ, ଗୋଟିଏ ୨ ମହଲା କୋଠା, ଗୋଟିଏ ପୋଖରୀ, ଗୋଟିଏ କୁକୁଡ଼ା ଫାର୍ମ, ବଡ଼ଗଡ଼, ଖଣ୍ଡଗିରିରେ ୩ଟି ଦାମୀ ପ୍ଲଟ, ପ୍ରାୟ ୨ ଶହ ଗ୍ରାମ ସୁନା ଗହଣା, ବ୍ୟାଙ୍କ ଡିପୋଜିଟ୍, ଗୋଟିଏ ଦାମୀ କାର ଓ ବାଇକ୍ ମିଳିଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)