/odishatv-khabar/media/media_files/2025/09/25/electricity-generation-from-garbage-2025-09-25-15-48-07.jpg)
ELECTRICITY GENERATION FROM GARBAGE Photograph: (OTV)
ଭୁବନେଶ୍ବର : ଦୁର୍ଗନ୍ଧରେ ଆଉ ଦହଗଞ୍ଜ ହେବେ ନାହିଁ ରାଜଧାନୀବାସୀ । ଡମ୍ପିଂୟାର୍ଡ ସମସ୍ୟାର ହେବ ସମାଧାନ। ସ୍ମାର୍ଟ୍ ସିଟିରୁ ବାହାରୁଥିବା ଅଳିଆ ଆବର୍ଜ୍ଜନାର ହେବ ସୁବିନିଯୋଗ। ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ ନିର୍ମାଣ ହେବ ପ୍ଲାଣ୍ଟ। ବିଏମସି (BMC) ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍ ଅଳିଆ ବାହାରୁଛି। ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି। ଯାହାକୁ ବିଭିନ୍ନ ପଦ୍ଧତିରେ ଡି ସେଣ୍ଟ୍ରାଲାଇଜଡ କରିବା ପାଇଁ ସ୍ୱତନ୍ତ୍ର ଭାବେ ଏସଏଚଜି (SHG) ମହିଳା ମାନଙ୍କୁ ଟ୍ରେନିଙ୍ଗ ଦିଆଯାଇଛି। ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା ମଧ୍ୟ ବଢୁଛି। ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ୱଷ୍ଟେ ଟୁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ (BIO GAS) କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ, ଏବଂ ୱଷ୍ଟେ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଚାରକୋଲ ପ୍ଲାଣ୍ଟ ପାଇଁ ପ୍ରସ୍ତୁତ ହେଉଛି ବିଏମସି
ଯେଉଁଥି ପାଇଁ ଭୁବନେଶ୍ୱର ମହାନଗର ନିଗମ ୱେଷ୍ଟ୍ ଟୁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଂ ପ୍ଲାଣ୍ଟ ଏବଂ ୱେଷ୍ଟ୍ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛି। ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ବିଏମସି ଟେଣ୍ଡର କରି ସାରିଥିବା ବେଳେ ୱେଷ୍ଟ୍ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ପ୍ରସ୍ତୁତ ହେଉଛି ବିଏମସି। ଏନେଇ ପ୍ରିଲିମିନାରୀ ଆଲୋଚନା ସରିଛି। ଜାଗା ମଧ୍ୟ ଚିହ୍ନଟ ସରିଛି। ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ, ପୁରୀ, ଜଟଣୀ ଭଳି ପ୍ରମୁଖ ମ୍ୟୁନିସିପାଲଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ ଜାଗାରେ ପ୍ରୋସେସ କରିବାର ଯୋଜନା ରହିଛି। ପ୍ରାୟ ଏକ ହଜାରରୁ ଦୁଇ ହଜାର ଟନ୍ ଅଳିଆରୁ ୨୫ ମେଗା୍ୱାଟ ଏନର୍ଜି ମିଳିବ। ଆବର୍ଜନା ପାଇଁ ଡମ୍ପିଂୟାର୍ଡ ବିଏମସି ପାଇଁ ବଡ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ଏବେ ଏହାର ସମାଧାନ ପାଇଁ ଏକପ୍ରକାର ବାଟ ଫିଟିବ।
ରାଜ୍ୟ ସରକାରଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ। କେବଳ ରାଜଧାନୀ ଭୁବନେଶ୍ଵର ନୁହେଁ କଟକ, ପୁରୀ, ଜଟଣୀ ଭଳି ପ୍ରମୁଖ ମୁନିସିପାଲିଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ ଜାଗାରେ ପ୍ରୋସେସ କରାଯିବ। ପ୍ରାୟ ଏକ ହଜାର, ଦୁଇ ହଜାର ଟନ ଅଳିଆରୁ ୨୫ ମେଗାୱେଟ ଏନର୍ଜି ମିଳିବ। ଆଗାମୀ ଦିନରେ ବିଭିନ୍ନ କର୍ପୋରେସନ କିମ୍ବା ମୁନିସିପାଲିଟିର ଯେଉଁ ଅଂଚଳଗୁଡିକ ପଂଚାୟତରେ ଅଛି ଏବଂ ପରବର୍ତୀ ସମୟରେ ମୁନିସିପାଲିଟିରେ ମିଶିବ ସେ ଅଞ୍ଚଳରେ ଅଳିଆକୁ ମଧ୍ୟ ବ୍ୟବହାର ଯୋଜନା ରଖିଛନ୍ତି ରାଜ୍ୟ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)