/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672851819.jpg)
BJB College
ଭୁବନେଶ୍ୱର ବିଜେବି କଲେଜ ଛାତ୍ରଙ୍କୁ ମାଡ଼ମାରିବା ଘଟଣାରେ ୪ ଛାତ୍ର ଅଟକ । ଯୁକ୍ତ ୨ କଳା ୨ୟ ବର୍ଷର ୪ ଛାତ୍ର ବଡ଼ଗଡ଼ ଥାନାରେ ଅଟକ । ସଂଘବଦ୍ଧ ଭାବେ କିଛି ଛାତ୍ର ପିଟିବା ଭିଡିଓ ଭାଇରାଲ ହୋଇଥିଲା । ଛାତ୍ରଙ୍କୁ ନିସ୍ତୁକ ମାଡ଼ ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ସୂଚନା ମୁତାବକ, କିଛି ଛାତ୍ର ମିଶି ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ତେବେ ପ୍ରେମ ବ୍ୟାପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ସେପଟେ କଲେଜ ଅଧ୍ୟକ୍ଷ କହିଛନ୍ତି, ପିଲାମାନଙ୍କୁ ବୁଝାଯାଇଛି । ଆଗକୁ ଏଭଳି ଘଟଣା ଯେଭଳି ନଘଟିବ, ସେନେଇ ସେମାନଙ୍କଠାରୁ ଅଣ୍ଡରଟେକିଂ ନିଆଯିବ ।
ଆଜି ସକାଳେ ଏହି ଘଟଣା ଘଟିଥିଲା । କ୍ୟାମ୍ପସରେ ଏହି ସଂଘବନ୍ଧ ଆକ୍ରମଣ ବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଦେଖେଣାହାରି ସାଜିଥିଲେ । ଏହି ସଙ୍ଘବଦ୍ଧ ଆକ୍ରମଣର ଭାଇରାଲ ଭିଡିଓରେ କିଛି ଛାତ୍ର ୟୁନିଫର୍ମରେ ଥିବା ବେଳେ କିଛି ବିନା ୟୁନିଫର୍ମରେ ଥିଲେ । ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)