• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆତ୍ମହତ୍ୟା କରିଥିବା ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ବନ୍ଦ ପାଳନ ପାଇଁ ସଂଗଠନ ଆହ୍ୱାନ ଦେଇଛି । ଏହି ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ବନ୍ଦ ରଖିବାକୁ ସଂଗଠନ ନିବେଦନ କରିଛି । ବନ୍ଦ ଡାକରାକୁ କଂଗ୍ରେସ ସମେତ ବ୍ୟବସାୟୀ ସଂଘ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମର୍ଥନ ଜଣାଇଥିବା କୁହାଯାଉଛି ।

ସୂଚନା ଅନୁସାରେ ଗତ ୨ ତାରିଖ ଦିନ ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଝିଅର ମୃତ୍ୟୁକୁ ନେଇ ଘଟଣାର ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ । ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ରୁଚିକାଙ୍କ ବାପା । ସେ କହିଛନ୍ତି, ହଷ୍ଟେଲ କର୍ତ୍ତୃପକ୍ଷ ଝିଅକୁ ରାଗିଂ କଥା ଜାଣିଛନ୍ତି, ମାତ୍ର ଲୁଚାଉଛନ୍ତି । ଭବିଷ୍ୟତରେ ତାଙ୍କ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗନ୍ତୁ ।

ତେବେ ରୁଚିକା ଆତ୍ମହତ୍ୟା କଲେ ନା ମୃତ୍ୟୁ ପଛରେ ରହିଛି କୌଣସି ବଡ଼ ଷଡ଼ଯନ୍ତ୍ର ? କାରଣ ସୁଇସାଇଡ୍ ନୋଟ୍‌ଠୁ ଆରମ୍ଭ କରି ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।