/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656903266.jpg)
lord jagannath s special ritual banakalagi niti to be held in puri today
ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପରେ ଶ୍ରୀଜିଉ । ଜନ୍ମବେଦୀରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବର୍ଷ ପରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ଆଜି ଆଷାଢ ଶୁକ୍ଲ ପଞ୍ଚମୀରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
ଏହି ଗୁପ୍ତ ନୀତି ହୋଇଥିବାରୁ ୪ ଘଣ୍ଟା ପାଇଁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ସା ୭ଟାରୁ ରାତି ୧୧ଟା ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ସକାଳୁ ଯଥା ରୀତିନୀତି ଅନୁଯାୟୀ ପୂଜାଚ୍ଚର୍ନା ସହ ଶ୍ରଦ୍ଧାଳୁ ଦର୍ଶନ ଓ ଆଡପ ଅବଢ଼ା ସେବନ କରିପାରିବେ ।
ଅନ୍ୟପକ୍ଷେ, ଗତକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିଛି । ଏହାସହ ଭକ୍ତମାନେ ଜନ୍ମବେଦୀରେ ଠାକୁର ଦର୍ଶନର ସୁଯୋଗ ପାଇପାରିଛନ୍ତି । ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)