Advertisment

MGNREGA Corruption: ମନରେଗାରେ ଲକ୍ଷାଧିକ ଟଙ୍କା ଚଳୁ, ପୂର୍ବତନ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ

କିଏ ଖାଇଗଲା ମନରେଗା ଟଙ୍କା? ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗ । ପୂର୍ବତନ ବିଡିଓଙ୍କୁ ଜବାବ ତଲବ । ୧୧.୫୩ ଲକ୍ଷ ଟଙ୍କା ମନରେଗା ପାଣ୍ଠି ହେରଫେର ମାମଲାରେ କାରଣ ଦର୍ଶାଅ ନୋଟିସ୍ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
MGNREGA

MGNREGA

ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ପୂର୍ବତନ ବିଡିଓଙ୍କୁ କୈଫିୟତ ତଲବ । ୧୧.୫୩ ଲକ୍ଷ ଟଙ୍କା ମନରେଗା ପାଣ୍ଠି ହେରଫେର ନେଇ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାର ପୂର୍ବତନ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଅଭିଯୋଗ ହୋଇଛି ଯେ, ପୂର୍ବତନ ବିଡିଓ ଅନୁପମା ଘୋଷଙ୍କ ସମୟରେ ୧୧ଲକ୍ଷ ୫୩ ହଜାର ୩୭୨ ଟଙ୍କା ମନରେଗା ପାଣ୍ଠି ହେରଫେର ହୋଇଛି । ଗତ ୩ ତାରିଖରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା। ୭ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଥିଲା। ନୋଟିସରେ ମନରେଗାର ସମସ୍ତ ପ୍ରଣାଳୀ ତଥା ନିୟମକୁ ଖିଲାପ କରି କୌଣସି ଏକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ସଂସ୍ଥାକୁ ଟଙ୍କା ପୈଠ କରାଯାଇଥିବାର ଉଲ୍ଲେଖ ରହିଛି ।

Advertisment

ସବୁଠୁ ବଡ଼ କଥା ହେଉଛି ସେହି ସଂସ୍ଥା ନାଁରେ ପୂର୍ବରୁ ଭିଜିଲାନ୍ସ ମାମଲା ରହିଛି। ବ୍ଲକ କ୍ୟାସିଅର ଓ ମୁଖ୍ୟ କିରାଣୀଙ୍କ ଅଗୋଚରରେ ଟଙ୍କା ପୈଠ କରାଯାଇଛି। ଏଭଳି ଆର୍ଥିକ ଅନିୟମିତତା ପାଇଁ ଶୃଙ୍ଖଳାଗତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ପ୍ରାକ୍ତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପମା ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେ କୌଣସି ଉତ୍ତର ଦେଇ ନଥିବାବେଳେ ଖୁବଶୀଘ୍ର ଏନେଇ ଏକ କମିଟି ଗଠନ କରାଯିବ ଓ କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି କହିଛନ୍ତି ମୟୂରଭଞ୍ଜ ପିଡି ଡିଆରଡିଏ । 

ଅଧିକ ପଢନ୍ତୁ: ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍, ଦୁର୍ନୀତିଗ୍ରସ୍ତଙ୍କୁ ବରଦାସ୍ତ କରିବିନି...

Advertisment
Show Cause Notice MGNREGS Scam
Advertisment
Related Articles
Advertisment