Advertisment

Man Beats Wife To Death: ଅଣ୍ଡା ତରକାରୀ ପାଇଁ... ଚୁଲିଫୁଙ୍କାରେ ସ୍ତ୍ରୀର ଜୀବନ ଗଲା

ଏଇ ସ୍ୱାମୀ ନା ସୈତାନ । ଖାଇବା ବେଳେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ପିଟିପିଟି ହତ୍ୟା କଲା ସୈତାନ ସ୍ୱାମୀ । ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାର କୁଟଲିଂ ବନ୍ଧସାହିଂ ଗାଁରେ ।

author-image
Namita Biswal
ଅଦ୍ୟତନ ହୋଇଛି
Man Beats Wife To Death

Man Beats Wife To Death

ପ୍ରେମର ସମ୍ପର୍କରେ ରକ୍ତର ଛିଟା । ସାତ ଜନ୍ମ ପାଇଁ ଯାହାର ହାତ ଧରିଥିଲା, ସାମାନ୍ୟ ଅଣ୍ଡା ତରକାରୀ ପାଇଁ ସେଇ ସ୍ତ୍ରୀକୁ ଅତି ନିର୍ମମ ଭାବେ ମାରିଦେଲା ସ୍ୱାମୀ । ଆଜି ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କୁଟଲିଂ ବନ୍ଧସାହିଂ ଗାଁରେ । ଖାଇବା ବେଳେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ପିଟିପିଟି ହତ୍ୟା କରିଛି ସୈତାନ ସ୍ୱାମୀ । 

Advertisment

ସୂଚନା ମୁତାବକ, ବନ୍ଧସାହି ଗାଁର ଲମା ବାସ୍କେ ଆଜି ମଧ୍ୟାହ୍ନରେ କାମ ସାରି ଘରକୁ ଫେରିଥିଲା ଏବଂ ଖାଇବାକୁ ବସିଥିଲା । ସ୍ତ୍ରୀ ବାସନ୍ତୀ ବାସ୍କେ ଭାତ ଏବଂ ତରକାରୀ ବାଢି ଦେଇଥିଲେ । ହେଲେ ସେ ଆଣିଥିବା ଅଣ୍ଡାର ତରକାରୀ କାହିଁ ବୋଲି ମାଗିଥିଲା ଲମା । ସ୍ତ୍ରୀ ଖାଦ୍ୟରେ ଅଣ୍ଡା ତରକାରୀ ନ ଦେବାରୁ ଉତକ୍ଷିପ୍ତ ହୋଇ ଉଠିଥିଲା । 

ଅଧିକ ପଢନ୍ତୁ:ରାତି ଅଧରେ ଘରେ ପଶିଲା ସ୍ତ୍ରୀ, ସ୍ୱାମୀଙ୍କୁ ହାଣିଦେଲା

ପ୍ରଥମେ ଅଣ୍ଡା ତରକାରୀକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ତା' ପରେ ଘର ଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରିବା ପରେ ଚୁଲିଫୁଙ୍କାରେ ବାସନ୍ତୀର ମୁଣ୍ଡରେ ଆଘାତ କରିଥିଲା ସ୍ୱାମୀ ଲମା । ଏଥିରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି।

Advertisment

କଥାରେ କୁହନ୍ତି, ସ୍ୱାମୀ-ସ୍ତ୍ରୀର ସମ୍ପର୍କ ସାତ ଜନ୍ମର । ଦୁହେଁ ବିବାହ ବେଦୀରେ ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ହୋଇଥାନ୍ତି । ପ୍ରେମର ମୂଳଦୁଆରେ ନିଜର ସଂସାର ଗଢନ୍ତି । ହେଲେ ଆଜିକାଲି କଥା କଥାକେ କେତେବେଳେ ସ୍ୱାମୀ ସ୍ତ୍ରୀର ଜୀବନ ନେଉଛି ତ ଆଉ କେତେବେଳେ ସ୍ତ୍ରୀ ବି ସ୍ୱାମୀକୁ ମାରିବାକୁ ପଛାଉ ନାହିଁ । 

ଅଧିକ ପଢନ୍ତୁ :ହୃଦୟବିଦାରକ...ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪

Murder Husband Killed Wife
Advertisment
Advertisment