/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747469265.jpg)
ଏମିତି ମା’ ସମସ୍ତଙ୍କୁ ମିଳୁ
ନିଜର ଶରୀରରୁ ରକ୍ତ ମାଂସ ଦେଇ ଦୁନିଆକୁ ଆଣିଥିଲା । ଆଉ ଏବେ କିଡନୀ ଦେଇ ପୁଣି ଥରେ ନିଜ ସନ୍ତାନକୁ ନୂଆ ଜୀବନ ଦେଇଛି ଏ ମା’ । କୁହାଯାଏ ମା’ର ଋଣ କେହି ସୁଝି ପାରନ୍ତିନି । ଆଉ ଏ ମା’ର ଋଣ ଆଗରେ ସବୁକିଛି ତୁଚ୍ଛ । ବ୍ରହ୍ମପୁରର ଏସ୍. ଶାରଦା । ତାଙ୍କର ଦୁଇ ପୁଅ । ସାନ ପୁଅ ଏସ୍.ସାଇ ବିଶ୍ୱନାଥଙ୍କ ଶରୀର ୨୦୨୪ରେ ହଠାତ୍ ଅସୁସ୍ଥ ହେଲା । ପରେ ଜଣାପଡ଼ିଲା ତାଙ୍କ କିଡନୀ ଖରାପ । କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ବୋଲି ଡାକ୍ତର କହିଲେ । ତେଣୁ ସାଇଙ୍କ ପରିବାର କିଡନୀ ପାଇଁ ଯୋଗାଡ଼ରେ ଲାଗିପଡ଼ିଥିବା ବେଳେ ଡାକ୍ତରଙ୍କ କହିବା ଅନୁସାରେ ମାଆ ସାରଦାଙ୍କ କିଡନୀ ମ୍ୟାଚ୍ କରିଥିଲା । ତେଣୁ ସାରଦା ପୁଅ ସାଇଙ୍କୁ କିଡନୀ ଦେଇଥିଲେ, ଆଉ ଏବେ ପରିବାରରେ ହସ ଫୁଟିଛି ।
ଅଧିକ ପଢ଼ନ୍ତୁ: ପୁଣି ଇସ୍କନର ମନମାନୀ, ଆସନ୍ତାକାଲି ଲଣ୍ଡନରେ କରିବ ଅଦିନିଆ ରଥଯାତ୍ରା
ପୁଅ ସାଇକୁ ସାରଦା କିଡନୀ ଦେବା ପରେ ଏବେ ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି । ତେଣୁ ବର୍ତ୍ତମାନ ପରିବାର ମାନସିକ ଚିନ୍ତାରୁ ମୁକ୍ତି ପାଇଛି । ସାଇ ବି ସୁସ୍ଥ ହୋଇସାରି ଦଶମ ପରୀକ୍ଷା ଦେଇପାରିଛନ୍ତି । ତେବେ ସାରଦାଙ୍କ ପାଇଁ ପୁଅ ସାଇ ବିଶ୍ୱନାଥ ନୂଆ ଜୀବନ ପାଇବା ସହ ମାଆର ଋଣ କେବେ ବି ସୁଝି ହେବ ନାହିଁ ବୋଲି ସାଇଙ୍କ ବାପା ଏସ୍.ସାଇ ଗୋପାଳ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)