Advertisment

209 Lawyers Unite Against BJD Leader Bikram Panda: ପୀତବାସ ପଣ୍ଡା ହତ୍ୟା ମାମଲା : ଗିରଫ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ଲଢିବେ ୨୦୯ ଓକିଲ

ଗିରଫ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ଲଢିବେ ୨୦୯ ଓକିଲ । ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀ କୋର୍ଟରେ ଛିଡା ହେବେ । ୪୪ ଜଣ ଓକିଲ ବିକ୍ରମଙ୍କ ସପକ୍ଷରେ ଓକିଲାତିନାମା ଦାଖଲ କରିଥିଲେ ।

author-image
Tapan Swain
Pitabas Panda Murder Case

Pitabas Panda Murder Case Photograph: (OTV)

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ଲଢିବେ ୨୦୯ ଓକିଲ । ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀ କୋର୍ଟରେ ଛିଡା ହେବେ । ବ୍ରହ୍ମପୁର SDJM କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି ଆଇନଜୀବୀ । ପୂର୍ବରୁ ୪୪ ଜଣ ଓକିଲ ବିକ୍ରମଙ୍କ ସପକ୍ଷରେ ଓକିଲାତିନାମା ଦାଖଲ କରିଥିଲେ । ଗତକାଲି ବିକ୍ରମଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା । ପୀତବାସଙ୍କ ହତ୍ୟା ମାମଲାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ବୋଲି ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । 

Advertisment

ଜବାବ ଦାଖଲ କଲେ ବ୍ରହ୍ମପୁର ଏସପି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କଲେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଏସପିଙ୍କ ଉପରେ ଖପ୍ପା ହୋଇଥିଲେ ହାଇକୋର୍ଟ । ତାଙ୍କ ବୟାନକୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରାଯିବ ନାହିଁ ସେନେଇ ଲିଖିତ ଜବାବ ଦାଖଲ କରିଛନ୍ତି ଏସପି।

ଆସନ୍ତା ୧୦ ତାରିଖ ସୁଦ୍ଧା ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ଏସପି ଶ୍ରବଣା ବିବେକ କହିଥିଲେ, ୨୦୨୪ ସାଧାରଣ ନିର୍ବାଚନ ପରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ବିରୋଧରେ ପିଣ୍ଟୁ ଦାସ ପିଟିସନ୍ କରିଥିଲେ। 

Advertisment

ବ୍ରହ୍ମପୁର ବିଧାନସଭା ନିର୍ବାଚନ ଅସିଦ୍ଧ ଘୋଷଣା ହେଲେ ଉପନିର୍ବାଚନ ହୋଇଥାନ୍ତା। ଆଉ ବିକ୍ରମ ପଣ୍ଡା ଉପନିର୍ବାଚନରେ ଲଢ଼ିଥାନ୍ତେ। ଏଥିପାଇଁ ମନୋଜ ପଣ୍ଡାଙ୍କ ଜରିଆରେ ପିଣ୍ଟୁ ଦାସ ପିଟିସନ୍ ଦାଖଲ କରିଥିବା ବେଳେ ଟଙ୍କା ଖର୍ଚ୍ଚ କରୁଥିଲେ ବିକ୍ରମ ପଣ୍ଡା।

ସ୍ଥାନୀୟ ବିଧାୟକ କେ. ଅନୀଲ କୁମାରଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ବିକ୍ରମ ପଣ୍ଡା ଏବଂ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ବୋଲି କହିଥିଲେ ଏସପି। ଯାହାକୁ ନେଇ ହାଇକୋର୍ଟ ଖପ୍ପା ହେବା ସହିତ କାହିଁକି ଏବଂ କେଉଁ କାରଣରୁ ଏସପି ଏଭଳି ବୟାନ ଦେଲେ ସେ ନେଇ ଜବାବ ତଲବ କରିଥିଲେ ।

Pitabas Panda Pitabas Murder Case
Advertisment
Related Articles
Advertisment