Advertisment

Pitabas Panda Murder Case: ଧରାପଡ଼ି ନାହାନ୍ତି ପୀତବାସଙ୍କ ମର୍ଡର ପ୍ଲଟର ୨ ମାଷ୍ଟରମାଣ୍ଡ, ସୁଦର୍ଶନଙ୍କ ସରେଣ୍ଡର ପରେ ବଢ଼ିଲା ବିକ୍ରମ ପଣ୍ଡାଙ୍କ ଅଡୁଆ

ବିହାର ସାର୍ପସୁଟରଙ୍କୁ ନେଇ ଯେଉଁ ପ୍ଲାନ୍-A ରଚିଥିଲା ଉମା, ତାହା ତ ଫେଲ୍ ମାରିଥିଲା। କିନ୍ତୁ କୁରୁପତି ଭୂୟାଁକୁ ଧରି ଯେଉଁ ପ୍ଲାନ୍-B କରିଥିଲା, ସେଥିରେ ସଫଳ ହେବା ପରେ ସୀମାପାର୍ ଏହି ୨ ଦୁର୍ବୃତ୍ତ। ହେଲେ ଷଡ଼ଯନ୍ତ୍ରକାରୀଙ୍କ ନିର୍ଦ୍ଦେଶରେ ଯିଏ ତିଆରି କରିଥିଲା ମର୍ଡର ପ୍ଲଟ୍ ସିଏ ଏବେ କେଉଁଠି ?

author-image
Tapan Swain
Pitabas Murder Case

Pitabas Murder Case Photograph: (OTV)

ପୀତବାସ ହତ୍ୟାର ଷଡ଼ଯନ୍ତ୍ରକାରୀ ସହ ୧୩ ବନ୍ଧା ହେଲେ ସତ। କିନ୍ତୁ ଏବେ ବି ଅଧୁରା। କାରଣ କ୍ରାଇମପ୍ଲଟର ୨ କାର୍ପଟଦାର ସୀମାପାର୍। ସାର୍ପସୁଟର୍ କୁରୁପତି ଭୂୟାଁ ଏବଂ ସୁଟରଙ୍କ ସହ ଡିଲ୍ କରିଥିବା ଉମା ବିଷୋୟୀ। ୨୪ ଘଣ୍ଟା ବିତିଗଲା, କ୍ରାଇମପ୍ଲଟ୍ ତିଆରି କରିଥିବା ଏହି ୨ ମୁଖ୍ୟ ଅପରାଧୀ ପୋଲିସ ହାତରେ ଲାଗିନାହାଁନ୍ତି। କାହା ଛତ୍ରଛାୟାରେ କୁଆଡ଼େ ଗଲେ ଏହି ଦୁର୍ବୃତ୍ତ ? ଏଭଳି ନାନା ପ୍ରଶ୍ନ ଭିତରେ ଗିରଫ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା ଆତ୍ମସମର୍ପଣ କରିଛନ୍ତି। ...

Advertisment

ମାସେ ଧରି ତିଆରି କଲେ କ୍ରାଇମପ୍ଲଟ...୫୦ ଲକ୍ଷ ଟଙ୍କାର ଡିଲ୍ କଲେ...ଶେଷରେ ସହର ମଝିରେ ରକ୍ତରଂଜିତ ଖେଳ ଖେଳିଲେ...କିନ୍ତୁ ଷଡ଼ଯନ୍ତ୍ରକାରୀଙ୍କ ସହ କିଛି ଅପରାଧୀ ଧରାପଡ଼ିଲେ ସତ, ହେଲେ ଯିଏ ମର୍ଡରପ୍ଲଟର ମାଷ୍ଟରମାଇଣ୍ଡ, ତାର ଏବେ ବି ମିଳୁନି ପତ୍ତା। ଜଣେ ହେଉଛି କୁରୁପତି ଭୂୟାଁ, ଅନ୍ୟ ଜଣେ ହେଉଛି ଉମା ବିଷୋୟୀ। ହତ୍ୟାକାଣ୍ଡର ୨ କାର୍ପଟଦାରଙ୍କ ମଧ୍ୟରୁ କୁରୁପତି ହେଉଛି ସାର୍ପସୁଟର୍, ଉମା ହେଉଛି ସୁଟର୍ ଡିଲର୍ ତଥା ସୁଟରଙ୍କ ସହ ସେ କରିଥିଲା ୫୦ ଲକ୍ଷର ଡିଲ୍।

ବିହାର ସାର୍ପସୁଟରଙ୍କୁ ନେଇ ଯେଉଁ ପ୍ଲାନ୍-A ରଚିଥିଲା ଉମା, ତାହା ତ ଫେଲ୍ ମାରିଥିଲା। କିନ୍ତୁ କୁରୁପତି ଭୂୟାଁକୁ ଧରି ଯେଉଁ ପ୍ଲାନ୍-B କରିଥିଲା, ସେଥିରେ ସଫଳ ହେବା ପରେ ସୀମାପାର୍ ଏହି ୨ ଦୁର୍ବୃତ୍ତ। ହେଲେ ଷଡ଼ଯନ୍ତ୍ରକାରୀଙ୍କ ନିର୍ଦ୍ଦେଶରେ ଯିଏ ତିଆରି କରିଥିଲା ମର୍ଡର ପ୍ଲଟ୍ ସିଏ ଏବେ କେଉଁଠି ? କାହା ଛତ୍ରଛାୟାରେ ଆତ୍ମଗୋପନ କରିଛନ୍ତି ଏହି ୨ ଦୁର୍ଦ୍ଦାନ୍ତ ?

Advertisment

ଚର୍ଚ୍ଚା ହେଉଛି, ବିକ୍ରମଙ୍କ ଅନ୍ୟତମ ସହଯୋଗୀ ସୁନୀଲ ହୋତାର କୋରାପୁଟ ଜୟପୁର ସ୍ଥିତ ଫାର୍ମହାଉସରେ କୁରୁପତି କରିଥିଲା ଆତ୍ମଗୋପନ। ତେଣୁ ସେଠାରୁ ବ୍ରହ୍ମପୁର ପୋଲିସ ସୁନୀଲକୁ ଉଠାଇ ଆଣିଛି। ବିକ୍ରମଙ୍କ ଆଉ ଜଣେ ସହଯୋଗୀ ସୁଦର୍ଶନ ଜେନାକୁ ବି ବ୍ରହ୍ମପୁର ପୋଲିସ ଧରିଛି। ସୁଦର୍ଶନ ବିକ୍ରମଙ୍କ ବ୍ୟାବସାୟିକ ପାର୍ଟନର୍। ଏପରିକି ବିକ୍ରମଙ୍କ ମାଇନିଂ ଓ ଗାଡ଼ି ବ୍ୟବସାୟ ସହ ଶ୍ରମିକ ଯୋଗାଣ କଥା ବୁଝୁଥିଲା ସେ। 

୪ ବନ୍ଧୁ ଥିଲେ ଆଇନଜୀବୀ

ପୋଲିସର ଏକନମ୍ବର ଟାର୍ଗେଟରେ ଥିବା ଉମା ବିଷୋୟୀ, ଏକାଧିକ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ସଂପୃକ୍ତ। ୨୦୧୨, ଫେବ୍ରୁଆରୀ ୨୬। ବନ୍ଥପଲି ଅଞ୍ଚଳର ରାମପ୍ରସାଦ ପାଢ଼ୀ ହତ୍ୟା ମାମଲାରେ ଥିଲା ତା’ର ସଂପୃକ୍ତି। ଏପରିକି ରାମ ପ୍ରସାଦଙ୍କ କକା ପ୍ରଦୀପ ବିଷୋୟୀ ହତ୍ୟାକାଣ୍ଡ ଭିଆଇଥିଲେ ସେହି ବନ୍ଥପଲି ଅଞ୍ଚଳର କିଛି ଯୁବକ।

ସେପଟେ କଲେଜ ପାଠରୁ କଂଗ୍ରେସର ପଲିଟିକାଲ୍ ମୈଦାନ ଯାଏଁ ପୀତବାସ ଓ ବିକ୍ରମ ଥିଲେ ଯୋଡ଼ି। ସେହିପରି ବିଜେଡି କର୍ପୋରେଟର୍ ମଳୟ ବିଷୋୟୀ ଏବଂ ପୂର୍ବତନ ଛାତ୍ର ନେତା ମଦନ ଦଳେଇ ମଧ୍ୟ ଏହି ୨ ଜଣଙ୍କ ବନ୍ଧୁଥିଲେ। ପେସାରେ ୪ ଜଣ ଥିଲେ ଆଇନଜୀବୀ। କିନ୍ତୁ ପତିଆରା ଲଢ଼େଇ ଭିତରେ ପୀତବାସଙ୍କ ପାଲଟିଗଲେ ଦୁସ୍ମନ୍। ଅନ୍ୟ ଅଭିଯୁକ୍ତଙ୍କ ସହ ଏହି ୪ ଜଣ ଏବେ ବ୍ରହ୍ମପୁର ଜେଲରେ। ଅଲଗା ଅଲଗା ସେଲରେ ବିତିଛି ପ୍ରଥମ ରାତି। ମାମଲାରେ ଆଉ କିଛି କର୍ପୋରେଟର ବି ପୋଲିସ ସ୍କାନରରେ ଥିବାରୁ ଛାନିଆ ସମସ୍ତେ।

 ହାଇପ୍ରୋଫାଇଲ ହତ୍ୟା ପଛରେ ୫ଟି ପ୍ରମୁଖ କାରଣ ଭିତରୁ କେଉଁ କାରଣ କାଳ ସାଜିଲା ପୀତବାସଙ୍କ ପାଇଁ ? ମାମଲାରେ ଆଉ କାହାର ଲିଙ୍କ୍ ? ଅପେକ୍ଷା ପୋଲିସର ଚୁଡ଼ାନ୍ତ ରିପୋର୍ଟକୁ।... 

Pitabas Panda pitabas murder
Advertisment
Related Articles
Advertisment