/odishatv-khabar/media/post_attachments/uploadimage/library/16_9/16_9_0/Berhampur_1726038465.jpg)
Berhampur
ବ୍ରହ୍ମପୁରରେ ଚାଞ୍ଚଲ୍ୟ । ଘରେ ଚୋରି କରିବାକୁ ଆସି ବେକ କାଟି ଦେଲେ ଚୋର । ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁର ବଡ଼ବଜାର ଥାନା ଗୌଡ଼ସାହିରେ । ସୁନା ବ୍ୟବସାୟୀ ସତୀଶ କୁମାର ସୁବୁଦ୍ଧିଙ୍କ ଘରେ ଚୋର ପଶିଥିଲା । ଘରେ ସତୀଶ ଓ ତାଙ୍କ ପତ୍ନୀ ଶୋଇଥିବା ବେଳେ ଘର ଛାତ କଣା କରି ପଶିବାକୁ ଚେଷ୍ଟା କରିଥିଲା ଚୋର । ହେଲେ ଚୋର ଘରେ ପଶୁଥିବା ଦେଖି ତାକୁ ଅଟାଇଥିଲେ ସତୀଶ । ହେଲେ ଏହି ସମୟରେ ଚୋର ସତୀଶଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏପରିକି ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ଫେରାର ମାରିଛି ଅଭିଯୁକ୍ତ ।
Advertisment
ଅଧିକ ପଢ଼ନ୍ତୁ: ଚୋରି କରିବାକୁ ଆସି ଏସିରେ ଶୋଇଗଲା ଚୋର, ସକାଳୁ ଉଠାଇଲା ପୋଲିସ
ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ।
ଅଧିକ ପଢ଼ନ୍ତୁ: ଆଲିସାନ୍ ଚୋର; ଫ୍ଲାଇଟ୍ରେ ବୁଲିବୁଲି କରୁଥିଲା ଚୋରି..ଲୁଟୁଥିଲା ଦାମୀ ଗହଣା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)