/odishatv-khabar/media/media_files/2025/12/08/ganja-2025-12-08-12-09-09.jpg)
Ganja Photograph: (OTV)
ଗଞ୍ଜେଇ ଚାଲାଣରେ ନୂଆ ଫଣ୍ଡା । ପ୍ଲାଷ୍ଟିକ ବ୍ୟାଟ ଓ ସ୍କୁଲ ବ୍ୟାଗରେ ହେଉଥିଲା ଗଞ୍ଜେଇ ଚାଲାଣ I ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବ୍ରହ୍ମପୁର ଜିଆରପି I ଗିରଫ ଦୁଇ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଅଲ୍ଲୀ ହୁସେନ୍ ଏବଂ ରୋନି ଶେଖ୍ । ଖୋର୍ଦ୍ଧା ଆରପିଏଫ କ୍ରାଇମ୍ ଟିମ୍ ଏବଂ ବ୍ରହ୍ମପୁର ଜିଆରପିର ଯାଞ୍ଚ ବେଳେ ଦୁଇ ଗଞ୍ଜେଇ ବେପାରୀ ଧରା ପଡ଼ିଛନ୍ତି। ବ୍ରହ୍ମପୁରରୁ କେରଳକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ସୂଚନା ପାଇଛି I
କେରଳର ଜଣେ ଗଞ୍ଜେଇ ବେପାରୀ ବ୍ରହ୍ମପୁରରୁ ଗଞ୍ଜେଇ କିଣି ଏହି ଦୁଇ ଜଣକୁ ଦେଇଥିଲା । ଦୁଇ ଅଭିଯୁକ୍ତ କେରଳରେ ଶ୍ରମିକ ଭାବରେ କାମ କରୁଥିଲେ I ଦୁଇଜଣଙ୍କ ଠାରୁ ପ୍ରାୟ ୧୭ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏମାନଙ୍କ ପାଖରୁ ୨୩ଟି ନୂଆ ସ୍କୁଲ ବ୍ୟାଗ୍ ଏବଂ ୧୦ଟି ପ୍ଲାଷ୍ଟିକ କ୍ରିକେଟ ବ୍ୟାଟ ଜବତ ହୋଇଛି I
ଜବତ ହୋଇଥିଲା ଗଞ୍ଜେଇ ତେଲ
ଗତ ମାସରେ ଗଞ୍ଜେଇ ଖୋଜୁଥିଲେ ମିଳିଲା ତେଲ। ଏମିତି ସେମତି ତେଲ ନୁହେଁ ତାହା ହେଉଛି ପାସିସ୍ ତେଲ। ଗଞ୍ଜେଇ କଲିରୁ ତିଆରି ହେଉଥିବା ଏହି ତେଲର ଲିଟର ପିଛା ଦାମ୍ ପ୍ରାୟ ୧୨ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ସାମଗ୍ରୀ ପୋଲିସ ହାତରେ ଲାଗିବା ପରେ ସାମନାକୁ ଆସିଥିଲା ପୂରା ଘଟଣା। ଓଡିଶାରେ ପ୍ରଥମ ଥର ମାଲକାନଗିରି ପୁଲିସ ୬୦ ଲିଟର ଗଂଜେଇ ତେଲ ଜବତ କରିବା ପରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ, କଣ ଏ ଗଂଜେଇ ତେଲ, କିଭଳି ହୁଏ ପ୍ରସ୍ତୁତ ଓ ଏହାକୁ କେଉଁ କାମରେ ବିନିଯୋଗ କରାଯାଏ ?
ଗଞ୍ଜେଇ ତେଲର ଚାହିଦା ଯେମିତି ବେପାର ବି ସେମିତି। ମାଲକାନଗିରି ପୁଲିସ ଚିତ୍ରକୋଣ୍ଡା ଥାନାର ଏସାର ଛକ ନିକଟରୁ କିଛି କିଛି ତରଳ ପଦାର୍ଥର ପ୍ୟାକେଟ ପାଇବା ପରେ ଏବେ ଏହାର ଖୁଲାସା କରିଥିଲା। ଯାଞ୍ଚ ସମୟରେ ଏହା ଗଂଜେଇରୁ ପ୍ରସ୍ତୁତ ତେଲ ବୋଲି ଜାଣିବାକୁ ପାଇଥିଲା ପୋଲିସ। ତେବେ କଣ ଏହି ଗଂଜେଇ ତେଲ? କିଭଳି ହୁଏ ତେଲ ପ୍ରସ୍ତୁତ?
ପ୍ରଥମେ ଗଂଜେଇକୁ ପାକଳ ହେବା ପରେ କିଆକୁ ଅଲଗା କରାଯାଇ ସେଥିରୁ ଅଠାଳିଆ ଅଂଶ ବାହାର କରାଯାଏ। ସେହି ଅଂଶକୁ କେମିକାଲ ମିଶ୍ରଣ କରି ମେସିନ ଦ୍ବାରା ସେଥିରୁ ତେଲ ବାହାର କରାଯାଏ। ୩୦ରୁ ୪୦ କିଲୋ ଗଂଜେଇରେ ଏକ ଲିଟର ତେଲ ପ୍ରସ୍ତୁତ ହୋଇଥାଏ। ଯାହାର ମୂଲ୍ୟ ଅଢେଇ କୋଟି ଟଂକା ହେବ ବୋଲି ପୁଲିସ କହିଛି। ଏହି ତେଲରେ ଔଷଧୀୟ ଗୁଣ ସହ ନିଶା ମଧ୍ୟ ରହିଛି। ଏହି ତେଲକୁ ବ୍ୟଥାର ଉପଚାର ପାଇଁ ବ୍ୟବହାର କରାଯାଇଥାଏ। ଏହାସହ ଏହାକୁ ଶୁଙ୍ଘିଲେ ଓ ଖାଦ୍ୟରେ ମିଶାଇ ଖାଇଲେ ମଧ୍ୟ ନିଶା ହୋଇଥାଏ ବୋଲି କହିଛନ୍ତି ବିଶେଷଜ୍ଞ।
ମାଲକାନଗିରିରେ ଗତ କିଛି ଦିନ ହେବ ଗଂଜେଇ ପାଇଁ ସ୍ବତନ୍ତ୍ର ଡ୍ରାଇଭ କରିବା ସହ କଡାକଡି ଯାଞ୍ଚ କରୁଛି ପୁଲିସ। ତେଣୁ ମାଫିଆମାନେ ଯେତେ ପ୍ରକାର ଅଭିନବ ଉପାୟରେ ଗଂଜେଇ ନେବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେବା ପରେ ଏବେ ତାକୁ ତରଳ କରି ଚାଲାଣ କରିବା ପାଇଁ ମସୁଧା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଯାହାକୁ ଧରିବାରେ ସଫଳ ହୋଇଛି ପୁଲିସ। ଏହା ଓଡିଶାର ପ୍ରଥମ ଘଟଣା ବୋଲି ପୁଲିସ କହିଥିବା ବେଳେ ପୂର୍ବରୁ କର୍ଣ୍ଣାଟକ ,ତାଲିମନାଡୁ,କେରଳ,ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏଭଳି ମାମଲା ସାମାନାକୁ ଆସିଥିଲା।
From Confidence to Crisis: କାଲି ଥିଲେ ଲୋକଙ୍କ ସାହା ଭରସା, ଆଜି ଅସହାୟ

Success Story: ନଡ଼ାରେ ଫୁଟିଛି ଧଳା ସୁନା, ଛତୁଚାଷ କରି ମହିଳା ହେଲେ ସ୍ୱାବଲମ୍ବୀ

Horror Attack: ଘେରିଗଲେ ୭ଟି ପିଟ୍ ବୁଲ୍, ଜେଜେ ଓ ନାତୁଣୀଙ୍କୁ ଝୁଣିଦେଲେ

Global Horror: ମହାପ୍ରଳୟ... ଚାରିଆଡେ କୁଢ କୁଢ ଶବ, ପ୍ରକୃତିର କରାଳ ରୂପରେ ଛାରଖାର୍ ୫ ଦେଶ

Fresh Twist: ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା, ସମର୍ଥନ କଲେ ପତ୍ନୀ ଶ୍ରେୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)