Advertisment

Police SI Exam Fraud Exposed: ପୋଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଜାଲିଆତିର ପର୍ଦ୍ଦାଫାସ, ୨୯ କୋଟି ଟଙ୍କାର ଲାଞ୍ଚ କାରବାର ଘଟଣା ଆସିଲା ସାମ୍ନାକୁ

ଲିଖିତ ପରୀକ୍ଷା ଦେଇ ଚାକିରି ପାଇଥାନ୍ତେ । ପରୀକ୍ଷାର୍ଥୀଙ୍କୁ ଠାରୁ ୧୦ ଲକ୍ଷ ଲେଖାଏଁ ଆଦାୟ ହୋଇଥିବାବେଳେ ପରୀକ୍ଷା ସରିଥିଲେ ଦେଇଥାନ୍ତେ ଆଉ ୧୫ ଲକ୍ଷ । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଏହି ପରୀକ୍ଷାର୍ଥୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ ।

author-image
Tapan Swain
Scam

Scam Photograph: (OTV)

'୨୫ ଲକ୍ଷ ଦିଅ, ଚାକିରି ନିଅ...' । ପୋଲିସ ଚାକିରି ପାଇଁ ବଡ଼ ଡିଲ୍‌ । ପ୍ରାୟ ୨୯ କୋଟିରେ ଡିଲ୍‌ ଛିଡିଥିଲା। ଜଣକ ପିଛା ୨୫ ଲକ୍ଷ ଟଙ୍କାରେ ୧୧୪ ପରୀକ୍ଷାର୍ଥୀଙ୍କୁ ବିକ୍ରି ହୋଇଥିଲା ପୋଲିସ ଚାକିରି । 

Advertisment

OPRB ଦ୍ୱାରା ପରିଚାଳିତ ଏସ୍‌ଆଇ ପରୀକ୍ଷାରେ ଏଭଳି ମହାଦୁର୍ନୀତି ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ (Crime Branch) ନେଇଛି ବଡ ଆକ୍ସନ । ଏକାଥରେ ୧୧୭ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲ ଗିରଫ ହୋଇଛନ୍ତି । ପରୀକ୍ଷାରେ ଜାଲିଆତି ପାଇଁ ଏମାନେ ହାଇଦ୍ରାବାଦ ଯିବାବେଳେ ଅଧାବାଟରେ ମାଡିବସିଛି ପୋଲିସ ।

ପୋଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଜାଲିଆତିର ହୋଇଛି ପର୍ଦ୍ଦାଫାସ୍ । ପ୍ରାୟ ୨୯ କୋଟି ଟଙ୍କାର ଲାଞ୍ଚ କାରବାର ଘଟଣା ଆସିଛି ସାମ୍ନାକୁ । ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀଙ୍କ ସହ ଜଣକ ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ ଛିଡିଥିଲା । ଏମାନେ ପରୀକ୍ଷା ପୂର୍ବରୁ ହାଇଦ୍ରାବାଦ ଯାଇ ପ୍ରଶ୍ନପତ୍ର ଅଭ୍ୟାସ କରିଥାନ୍ତେ ।

Advertisment

ଲିଖିତ ପରୀକ୍ଷା ଦେଇ ଚାକିରି ପାଇଥାନ୍ତେ । ପରୀକ୍ଷାର୍ଥୀଙ୍କୁ ଠାରୁ ୧୦ ଲକ୍ଷ ଲେଖାଏଁ ଆଦାୟ ହୋଇଥିବାବେଳେ ପରୀକ୍ଷା ସରିଥିଲେ ଦେଇଥାନ୍ତେ ଆଉ ୧୫ ଲକ୍ଷ । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଏହି ପରୀକ୍ଷାର୍ଥୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ହେଲେ ସେମାନଙ୍କର ପିଛା କରି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ମାଡିବସିଥିଲା ବ୍ରହ୍ମପୁର ପୋଲିସ ।

ରାତିସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୧୧୭ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏଥିରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଚାଲିଛି ତନାଘନା । ତେବେ ଏହି ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ OPRB ପରୀକ୍ଷାକୁ ସ୍ଥଗିତ ରଖିଛି ।

ହେଲେ ଏଠି ପ୍ରଶ୍ନ ଉଠୁଛି- କେବେଠୁ ଚାଲିଛି ଏଭଳି ଚାକିରି ଜାଲିଆତି ? ପୂର୍ବରୁ ଏମିତି ବିକ୍ରି ହୋଇନି ତ ସରକାରୀ ଚାକିରି ? ଚାକିରି ଖଣ୍ଡିଏ ନପାଇ ଉଚ୍ଚଶିକ୍ଷିତ ଯୁବପିଢ଼ି ଚିନ୍ତାରେ ରହୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାରେ ଚାକିରି ବିକ୍ରି ହେବାକୁ ନେଇ ସାରା ରାଜ୍ୟରେ ଖେଳିଯାଇଛି ହଇଚଇ । ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ କିମ୍ବା ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

ଅଧିକ ଦେଖନ୍ତୁ : 

Crime Branch
Advertisment
Related Articles
Advertisment