/odishatv-khabar/media/media_files/2025/12/12/pension-2025-12-12-21-33-38.jpg)
Pension Photograph: (OTV)
ସରକାରୀ ବ୍ୟବସ୍ଥାର ଅଜବ ସ୍ଥିତି। ଭତ୍ତା ଖଣ୍ଡିକ ପାଇଁ ଦୃଷ୍ଟିବାଧିତ ହିତାଧିକାରୀଙ୍କୁ ଦୌଡ଼ିବାକୁ ପଡ଼ିଛି ନାଲିକୋଠା। କାରଣ ତାଙ୍କୁ ରାଜ୍ୟ ସରକାରଙ୍କ ନୂଆ ବିଜ୍ଞପ୍ତି ଅନୁଯାୟୀ, ବର୍ଦ୍ଧିତ ଭତ୍ତା ମାସକୁ ୩,୫୦୦ ଦେବା କଥା। କିନ୍ତୁ ପୁରୁଣା ପ୍ରମାଣପତ୍ର ଥିବା ଦର୍ଶାଇ ଭତ୍ତା ବନ୍ଦ କଲା ପ୍ରଶାସନ।
ନ୍ୟାୟିକ ଲଢ଼େଇ ଭିତରେ ସ୍ଥିତି ଏପରି ହେଲା ଯେ, ସଂପୃକ୍ତ ଗରିବ ହିତାଧିକାରୀଙ୍କ ଛୋଟ ମୋଟ ବ୍ୟବସାୟ ବି କ୍ଷତିଗ୍ରସ୍ତ ହେଲା। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପୂର୍ଣ୍ଣ ଭତ୍ତା ମିଳିଛି ସତ, କିନ୍ତୁ ସରକାରୀ ବାବୁ ଭାୟାଙ୍କ ଦାୟିତ୍ବକୁ ନେଇ ଉଠିଛି ନାନା ପ୍ରଶ୍ନ। ପଢ଼ନ୍ତୁ ଗଞ୍ଜାମର ଜଣେ ଦୃଷ୍ଟିବାଧିତ ହିତାଧିକାରୀଙ୍କ କାହାଣୀ। ...
ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି...ଦୁଇ ଦୁଇଟି ଚକ୍ଷୁ ଥିଲେ ବି ସେ ଦୃଷ୍ଟିବାଧିତ...ତଥାପି ସେ ସକ୍ଷମ...ମୋବାଇଲ ହେଉ କି କମ୍ପ୍ୟୁଟର, ସବୁ ଚଲାଇବାର କ୍ଷମତା ରଖନ୍ତି ସେ। ତେବେ ଦଇବ ସିନା ଦାଉ ସାଧିଲା ବୋଲି, ତାଙ୍କର ଆଜି ଏଭଳି ଅବସ୍ଥା, ହେଲେ ସରକାରୀ ବିଧି ବ୍ୟବସ୍ଥା ବି ଯେ ତାଙ୍କୁ ହରଡ଼ଘଣାରେ ପକାଇବ, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଖୁଲୁଡ଼ି ଗାଁର ଏମ୍.ଚନ୍ଦନ ଦୋରା।
ସ୍ବାସ୍ଥ୍ୟ ବିଭାଗର ପ୍ରମାଣପତ୍ର କହୁଛି, ଜନ୍ମରୁ ସେ ଶତପ୍ରତିଶତ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ। ଦିବ୍ୟାଙ୍ଗ ହୋଇଥିବାରୁ ପୂର୍ବ ନିୟମ ଅନୁଯାୟୀ ତାଙ୍କୁ ମାସିକ ୧୨ ଶହ ଟଙ୍କା ସରକାରୀ ସହାୟତା ପ୍ରଦାନ କରାଯାଇଆସୁଥିଲା ନିୟମିତ ଭାବେ। କିନ୍ତୁ ନୂଆ ସରକାର ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କ ପାଇଁ ୧୨ ଶହ ବଦଳରେ ମାସକୁ ୩ ହଜାର ୫ଶହ ଟଙ୍କା ଦେବାକୁ ଘୋଷଣା କରିବା ପରେ ବନ୍ଦ ହୋଇଗଲା ଭତ୍ତା।
ଫଳରେ ଦୌଡ଼ିବାକୁ ପଡ଼ିଲା ଏ ଅଫିସରୁ ସେ ଅଫିସ। ତାଙ୍କ ପ୍ରମାଣପତ୍ରକୁ ପୁରୁଣା ଦର୍ଶାଇ କେହି ଶୁଣିଲେନି ତାଙ୍କ ଗୁହାରୀ। ଶେଷରେ ହାଇକୋର୍ଟ ଏବେ ବିଚାର କରି ତାଙ୍କୁ ନ୍ୟାୟ ଦେଇଛନ୍ତି।
ପ୍ରଶାସନ ଶୁଣିଲାନି, ହାଇକୋର୍ଟ ଦେଲେ ନ୍ୟାୟ
୩ ସେପଟେମ୍ବର, ୨୦୨୫। ବ୍ଲକ ଓ ଜିଲ୍ଲାର ସରକାରୀ ବାବୁଙ୍କଠାରୁ ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚନ୍ଦନ। ହାଇକୋର୍ଟ ମାମଲାକୁ ଗ୍ରହଣ କରି ସେପଟେମ୍ବର ୧୦ରେ ବକେୟା ଭତ୍ତା ଦେବାକୁ କହିଥିଲେ। କିନ୍ତୁ ପ୍ରଶାସନ ୩,୫୦୦ ହିସାବରେ ସେପ୍ଟେମ୍ବର ୨୫ରେ ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବରର ମୋଟ୍ ଭତ୍ତା ୧୦,୫୦୦ ଟଙ୍କା ପୈଠ କଲେ। ହେଲେ ବଳକା ୬ ମାସ ତଥା ଜାନୁୟାରୀରୁ ଜୁନ୍ ଯାଏଁ ବକେୟା ରହିଲା। ପୁଣି ସମସ୍ତ ପ୍ରାପ୍ୟ ପାଇଁ ହାଇକୋର୍ଟ ଗଲେ ଚନ୍ଦନ।
ଏହାପରେ ଅକଟୋବର ୧୭ରେ ଅଗ୍ରୀମ ୬ ମାସର ବର୍ଦ୍ଧିତ ଭତ୍ତା ୩,୫୦୦ ହିସାବରେ ସବୁ ପୈଠ ପାଇଁ ନିର୍ଦେଶ ଦେଇଥିଲେ। କିନ୍ତୁ ଚନ୍ଦନଙ୍କ ଆକାଉଣ୍ଟକୁ ପୁରୁଣା ଭତ୍ତା ୧୨ ଶହ ହିସାବରେ ୬ ମାସର ମୋଟ୍ ୭,୨୦୦ ଟଙ୍କା ପଠାଇଲେ ସିନା ବର୍ଦ୍ଧିତ ଭତ୍ତା ଦେଲା ନାହିଁ ପ୍ରଶାସନ।
ଶେଷରେ ଅକଟୋବର ୨୯ରେ ହାଇକୋର୍ଟଙ୍କ ଆଉ ଏକ ନିର୍ଦ୍ଦେଶ ପରେ ସରକାର ସବୁ ଟଙ୍କା ପୈଠ କରିଛନ୍ତି। ଭତ୍ତା ଖଣ୍ଡିକ ପାଇଁ ମାସ ମାସ ଧରି କୋର୍ଟ କଚେରୀ ଦୌଡ଼ିବା ଭିତରେ ନିଜର ଛୋଟମୋଟ ବ୍ୟବସାୟରେ ସାଂଘାତିକ କ୍ଷତି ସହିଥିଲେ ଚନ୍ଦନ। ପ୍ରଭାବିତ ହେଲା ଧୂପକାଠି ବ୍ୟବସାୟ। ଏପରିକି ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ ସେ।
ଯେଉଁ ମାମଲା ବ୍ଲକ କିମ୍ବା ଜିଲ୍ଲା ସ୍ତରରେ ସମାଧାନ ହୋଇପାରିଥାନ୍ତା, ତାହା ହାଇକୋର୍ଟ ଯାଏଁ ଗଲା। ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ ? ଜନ୍ମରୁ ଦୃଷ୍ଟିବାଧିତ ବ୍ୟକ୍ତିଙ୍କଠାରୁ କାହିଁକି ନୂଆ ପ୍ରମାଣପତ୍ର ଖୋଜୁଥିଲା ପ୍ରଶାସନ ? ନ୍ୟାୟିକ ଲଢ଼େଇ ଭିତରେ ଆଜି ଯେଉଁ କ୍ଷତି ସହିଲେ ନିରୀହ ଚନ୍ଦନ, ତା’ର ଭରଣା କରିବ କିଏ ? ଘଟଣା ପଛର କାରଣ ଯାହା ବି ଥାଉ, ସରକାରୀ ବାବୁଙ୍କ ଦାୟିତ୍ବହୀନତା କିନ୍ତୁ ଜଳଜଳ ବାରି ହେଉଛି।
Intense Winter Across the State: ସାରା ରାଜ୍ୟରେ ଭୟଙ୍କର ଶୀତ, ବାଲିଗୁଡ଼ାରେ ବରଫ ପାଲଟିଲା କାକର

Speculation Rises: ନୂଆବର୍ଷରେ ଦାୟିତ୍ବ ନେବେ କି ନୂଆ ଚିଫ୍ ସେକ୍ରେଟାରୀ ? ସିନିୟର ତାଲିକାରେ ୪ ଆଇଏଏସ୍

Public Fury Erupts Online: MLAଙ୍କ ସାଢ଼େ ୩ ଗୁଣା ଦରମା ବୃଦ୍ଧି ପ୍ରସଙ୍ଗ, ସୋସିଆଲ୍ ମିଡିଆରେ ୯୦% ଲୋକ ଝାଡ଼ୁଛନ୍ତି ରୋଷ

Bhubaneswar Shock: ଭୁବନେଶ୍ବରରେ ଗୋଆ ସିନ୍ ରିପିଟ୍, ଡ୍ୟାନସ ବାର୍ ଚାଲୁଥିବା ଭିଡିଓ ଭାଇରାଲ୍

Fed Up with Abuse: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା, ଓଢଣୀ ଲଗାଇ ଝୁଲିପଡିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)